Wednesday , October 4 2023
Breaking News
Home / ବିଶେଷ / ମିଶନଶକ୍ତି ପକ୍ଷରୁ କାଫେ ଉଦଘାଟିତ

ମିଶନଶକ୍ତି ପକ୍ଷରୁ କାଫେ ଉଦଘାଟିତ

ଗରଦପୁର, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ପକ୍ଷରୁ ଏକ ଅନନ୍ୟ ପ୍ରୟାସ କରାଯାଇଛି । ଏ ନେଇ କେନ୍ଦ୍ରାପଡ଼ା ଜିଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ କାଫେ ଉଦଘାଟିତ ହୋଇ ଯାଇଛି । ମିଶନ ଶକ୍ତିର ବ୍ଲକ୍ ସଂଯୋଜକ ଅଖିଳ କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଜିଲାପାଳ ଅମି୍ରତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାଫେକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି କାଫେ କୁ ବ୍ଲକ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମହାସଂଘ ପକ୍ଷରୁ ଗରଦପୁରର ଶ୍ରୀ ଶ୍ରୀ ରାଧାମୋହନଜୀଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କାଫେରେ ସକାଳ ଟିଫିନ୍ ସହିତ ଦିପ୍ରହରରେ ଆମିସ ଓ ନିରାମିଶ ଖାଦ୍ୟ ମିଳିବାର ବ୍ୟବସ୍ଥା ରହିଛି । ଏହାଛଡ଼ା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ କିଭଳି ସହଜ ଓ ସୁବିଧା ମୂଲ୍ୟରେ ଭୋଜନ କରି ପାରିବେ ସେ ନେଇ ସମ୍ପୂର୍ଣ୍ଣ ଶିତ ତାପ ନିୟନ୍ତ୍ରୀତ ବ୍ୟବସ୍ଥା ସହ ପରିସ୍କାର ପରିଛନ ଓ ପରିଚାଳନା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ବିଡ଼ିଓ ରଂଜିତ କୁମାର ମଲିକ, ତହସିଲଦାର ଅଶୋକ କୁମାର ବେହେରା, ମିଶନଶକ୍ତି ର ଜିଲା ସଂଯୋଜକ କୈଳାଶ ସେନାପତି , ସିଡ଼ିପିଓ ମିନତି ବେହେରା ପ୍ରମୁଖ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ କୁମାର ସେଠୀ ଙ୍କ ସମେତ ସମସ୍ତ ସରପଂଚ ଓ ସମିତି ସଭ୍ୟ ସଭ୍ୟା , ବ୍ଲକ ମିଶନଶକ୍ତି ମହାସଂଘର କର୍ମକର୍ତା ସହିତ କାଫେ ପରିଚାଳନା ପାଇଁ ଦରୟିତ୍ୱ ନେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *