Tuesday , March 28 2023
Breaking News
Home / ବିଶେଷ / ପେଟ୍ରୋଲ ଓ ଡିଜେଲ୍ର ଅହେତୁକ ଦର ବୃଦ୍ଧି- ପ୍ରତିବାଦରେ ସମୁଦ୍ରରେ ମାନବ ଶୃଙ୍ଖଳ

ପେଟ୍ରୋଲ ଓ ଡିଜେଲ୍ର ଅହେତୁକ ଦର ବୃଦ୍ଧି- ପ୍ରତିବାଦରେ ସମୁଦ୍ରରେ ମାନବ ଶୃଙ୍ଖଳ

ପାରାଦୀପ ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ଅହେତୁକ ବୃଦ୍ଧି ଘଟିଛି । ରାଜ୍ୟରେ ଶତକ ଛୁଇଁଛି ପେଟ୍ରୋଲ ଓ ଡିଜେଲ । ଫଳରେ ଅତ୍ୟାଧୁନିକ ସାମଗ୍ରୀର ଦରଦାମ ଦିନକୁ ଦିନ ବୃଦ୍ଧି ପାଇଛି । ଯାହାକୁ ବିରୋଧ କରିଛି ପାରାଦ୍ୱୀପ ଦୁଇ ଅଗ୍ରଣୀ ସଙ୍ଗଠନ “ଲାଇଫ ଅଫ୍ ଗିଭିଙ୍ଗ ଓ ପାରାଦ୍ୱୀପ ଯୁବକ ସଂଘ” । ଅଭିନବ ଉପାୟରେ ସମୁଦ୍ର ଢେଉରେ ମାନବ ଶୃଙ୍ଖଳ ଜରିଆରେ ପ୍ରତିବାଦ କରିଛନ୍ତି ଦୁଇ ସଂଘ ର ସଦସ୍ୟମାନେ । ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ପଡିଆ ସମୁଦ୍ର ଢେଉରେ ଏହି ପ୍ରତିବାଦ କରାଯିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ମୁଖ୍ୟତଃ ମଧ୍ୟବିତ ଓ ଦିନ ମଜୁରିଆ ଶ୍ରେଣୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅତ୍ୟାବଶ୍ୟକିୟ ସାମଗ୍ରୀ ଦରଦାମ ବୃଦ୍ଧି ସେମାନଙ୍କ ପରିବାର ପାଇଁ ଅସହ୍ୟ ହେଉଛି । ତେଣୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଉପରେ ମହାମହିମ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି । ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.