ପାରାଦୀପ ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଗତ ୧୦ ତାରିଖ ଦିନ ପାରାଦୀପ ଅଠରବାଙ୍କୀ ଶୁଖୁଆଖଳା କେନାଳ ବନ୍ଧ ବସ୍ତି ରେ ରହୁଥିବା ଦିଲ୍ଲୀପ ମାନ୍ନା ଙ୍କ ଘରୁ ଟି.ଭି., ହୋମ୍ ଥିଏଟର, ହିରୋ ମୋଟର ସାଇକେଲ୍ ଓ ଏକ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ନେଇ ପାରଦୀପ ଆଦର୍ଶ ଥାନା ରେ ଅଭିଯୋଗ ହୋଇଥିଲା । ପାରାଦୀପ ପୋଲିସ୍ ୧୩୫/୨୧ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ଘଟଣା ର ତିନି ଦିନ ପରେ ପୋଲିସ୍ ଘଟଣା ରେ ସଂପୃକ୍ତ ୩ ଅଭିଯୁକ୍ତ ମହାକାଳପଡା ଛପାଲି ଅଂଚଳ ର ମିଥୁନ୍ ମଣ୍ଡଳ ଓ ଗୌତମ ଦାସ ଏବଂ ପାରାଦୀପ ଗଡ ନିକଟସ୍ଥ ଚୂନ ଛକ ଅଂଚଳ ର ସେକ୍ ଫିରୋଜ ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ଦେଇଛନ୍ତି ପାରାଦୀପ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର । ଅଭିଯୁକ୍ତ ଙ୍କ ନିକଟରୁ ଚୋରୀ ସମଗ୍ରୀ ଗୁଡିକ ଉଦ୍ଧାର ହୋଇଥିବା ବେଳେ କେବଳ ମୋବାଇଲ୍ ଫୋନ୍ ଟି ଉଦ୍ଧାର ହୋଇ ପାରିନଥିବା ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲଣ କରାଯାଇଛି । ଓଡ଼ିଶା ସମାଚାର