Tuesday , March 28 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜୀବନବୀମା ଅଭିକର୍ତାଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା ଜୀବନବୀମା ଅଭିକର୍ତାଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜୀବନବୀମା ନିଗମ କେନ୍ଦ୍ରାପଡା ଜିଲ୍ଲା ଶାଖା କାର୍ଯ୍ୟାଳୟର ବରିଷ୍ଠ ଅଭିକର୍ତା ତଥା ସଙ୍ଘର କୋଷାଧ୍ୟକ୍ଷ ହେମନ୍ତ କୁମାର ପାତ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଭିକର୍ତା ସଂଘର ସଭାପତି ନାରାୟଣ ଜେନାଙ୍କ ପୌରହିତ୍ୟରେ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୋକସଭାରେ କେନ୍ଦ୍ରାପଡା ଜୀବନବୀମା ଶାଖା କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ସ୍ୱଦେଶ ରଞ୍ଜନ ଭୋଳ, ଶାଖାର ସମସ୍ତ ପଦାଧିକାରୀଙ୍କ ସମେତ ଅଭିକର୍ତା ବିଜୟ କୁମାର ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ରାଉତ, ଫକିର କୁମାର ଖୁଂଟିଆ, ହିମାଂଶୁ ସାହୁ, ପ୍ରଦିପ ବାରିକ, ଭବାନୀଶଙ୍କର ମହାନ୍ତି, ସୁଶିଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପାତ୍ରଙ୍କ ପରିବାରକୁ ସମସ୍ତ ସାହାଯ୍ୟ ସହଯୋଗ ପ୍ରଦାନ କରାଯିବାକୁ ଶାଖା କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.