Friday , September 29 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ନୂତନ କର୍ମକର୍ତା ଚୟନ

କେନ୍ଦ୍ରାପଡା ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ନୂତନ କର୍ମକର୍ତା ଚୟନ

କେନ୍ଦ୍ରାପଡ଼ା, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ ହୋଇଥିବା ସମ୍ପର୍କରେ ବାର ପକ୍ଷରୁ ସୂଚନା ଦିଆଯାଇଛି । ସଭାପତି ଭାବେ ପରେଶ ଚନ୍ଦ୍ର ଦାସ, ଉପସଭାପତି ଭାବେ ବଳରାମ ସାହୁ, ସମ୍ପାଦକ ଭାବେ ସଞ୍ଜୀବ ନାରାୟଣ ବଳ, ଯୁଗ୍ମସମ୍ପାଦକ ଭାବେ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ କମଳାକାନ୍ତ ରାଉତ, ଉପଦେଷ୍ଟା ଭାବେ ଦୁର୍ଯେ୍ୟାଧନ ରଥ ଓ ବିଚିତ୍ର କୁମାର ଶର୍ମାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ବୋଲି ସମ୍ପାଦକ ଶ୍ରୀ ବଳ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବିଜୟ କୁମାର ସାହୁ, ସୁନିଲ କୁମାର ମହାନ୍ତି, ହିମାଂଶୁ ଭୁଷଣ ମିଶ୍ର, ନୃସିଂହ ପ୍ରସାଦ ଦାଶ, ପ୍ରତାପ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *