Saturday , December 10 2022
Home / ବିଶେଷ / ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ସାରା ଭାରତ ପ୍ରତିବାଦ ଦିବସ ପାଳିତ

ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ସାରା ଭାରତ ପ୍ରତିବାଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡାରେ ସାରା ଭାରତ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନର କର୍ମକର୍ତା ଓ ସଦସ୍ୟାମାନେ ଗ୍ୟାସ ଟାଙ୍କି ସମ୍ମୁଖରେ ରଖି ହାତରେ ବିଭିନ୍ନ ସ୍ଳୋଗାନ୍ ଲେଖାଥିବା ପ୍ଲାକାର୍ଡମାନ ହାତରେ ଧରି ପ୍ରତିବାଦ କରିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ବନ୍ଦ କରିବା, କରୋନାର ତୃତୀୟ ଲହର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କୁ ମାଗଣରେ ଟୀକାକରଣ କରିବା, ୟୁ.ଏ.ପି.ଏ ଏବଂ ଅନ୍ୟାନ୍ୟ ମିଥ୍ୟା ମାମଲାରେ ଅଭିଯୁକ୍ତ ସମସ୍ତ ରାଜନୈତିକ ଏବଂ ସାମାଜିକ କର୍ମୀଙ୍କୁ ମୁକ୍ତ କରାଯିବା, ଉର ପ୍ରଦେଶର ଅଜମ୍ଗଡରେ ଦଳୀତ ମହିଳାମାନଙ୍କ ପ୍ରତି ଏବଂ ଲକ୍ଷ୍ମୀପୁରରେ ମହିଳା ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନଙ୍କ ପ୍ରତି କରାଯାଇଥିବା ଯୌନ ନିର୍ଯ୍ୟାତନାରେ ସମ୍ପୃକ୍ତ ପୋଲିସ ଓ ଗୁଣ୍ଡାମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ଓ ମଦକୁ ସଂପୂର୍ଣ୍ଣ ନିଷିଧ କରିବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ହିରାମଣୀ ରାଉତ ଓ ଏଲିନା ସାମନ୍ତରାୟଙ୍କ ନେତୃତ୍ୱରେ କନକଲତା ପରିଡା, ବାସନ୍ତି ପଲାଇ, ନମିତା ପଲାଇ, ରଶ୍ମିତା ପରିଡା, ସତ୍ୟଭାମା ସାହୁ, ସାବିତ୍ରୀ ସାହୁ, ସବିତା ପରିଡା ପ୍ରମୁଖଙ୍କୁ ନେଇ କେନ୍ଦ୍ରାପଡାରେ ଏହି ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.