ଗରଦପୁର, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ୭୨ ତମ ବନ ମହୋତ୍ସବ ପାଳନ ଅବସରରେ ରାଜ୍ୟକୁ ଏକ ସବୁଜ ସୁନ୍ଦର ଓଡ଼ିଶା ଗଠନ ଲକ୍ଷ ନେଇ ଗରଦପୁର ବ୍ଲକ୍ ବନ୍ତଳା ପଂଚାୟତ ନିଶ୍ଚିନ୍ତା ଶାସନ ଗ୍ରାମରେ ବୃକ୍ଷ ରୋପଣ ସହିତ ସାନିଟାଇଜର ଓ ମାସ୍କ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମର ସାଇନିଙ୍ଗ ଷ୍ଟାର ସ୍ପୋଟ୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଅଦିତ କୁମାର ରାଉଳ ଙ୍କ ସଭାପତିତ୍ୱରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି ଅବସରରେ ତହସିଲଦାର ଶ୍ରୀ ବେହେରା ଗରଦପୁର ଅଂଚଳକୁ ଏକ ସବୁଜ ତହସିଲ କରିବା ସ୍ୱପ୍ନ ରହିଛି , ଯାହାକି ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ । ଏଥିରେ ସରପଂଚ ନିଳୀମା ସାମଲ ଯୋଗଦେଇ ପରିବେଶ ସନ୍ତୁଳନ ଓ ଅମ୍ଳଜାନର ଆବଶ୍ୟକତା ପାଇଁ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ନଗେନ୍ଦ୍ର କୁମାର ପଣ୍ଡା, ସୁଧାଂଶୁ ସାହୁ, ଚନ୍ଦନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର