Monday , March 27 2023
Breaking News
Home / ବିଶେଷ / ଶ୍ରୀ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ନୀତି ସଂପନ୍ନ

ଶ୍ରୀ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ନୀତି ସଂପନ୍ନ

କେନ୍ଦ୍ରାପଡ଼ା,୧୩/୦୭/୨୦୨୧(ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ନୀତି ସଂପନ୍ନ ହୋଇଛି । କୋଭିଡ କଟକଣା ହେତୁ ଔପଚାରିକତା ରକ୍ଷା କରାଯାଇ ପ୍ରତିକାତ୍ମକ ଭାବେ ଶ୍ରୀଜୀଉଙ୍କର ଶ୍ରୀଗୁଣ୍ଡିଚା ନୀତି ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଧା ମୂର୍ତୀଙ୍କୁ ପହଣ୍ଡି ବିଜେ କରାଯାଇ ଜଗମୋହନକୁ ଅଣାଯାଇଛି । ଜଗମୋହନକୁ ଆଡପ ମଣ୍ଡପ ବା ମାଇସୀମା’ ଘରଭାବେ ବିବେଚନା କରାଯାଇ ଆଡପ ମଣ୍ଡପରେ କରାଯାଉଥିବା ନୀକିକାନ୍ତି ସଂପନ୍ନ ହେବ । ଜଗମୋହନରେ ଶ୍ରୀଜୀଉମାନେ ବାହୁଡା ପର୍ଯ୍ୟନ୍ତ ଅବସ୍ଥାନ କରିବେ । ବାହୁଡା ଦିନ ବାହୁଡା ନୀତି ସଂପନ୍ନ ହେବା ସହ ନିଳାଦ୍ରୀ ବିଜେ ଦିନ ଶ୍ରୀ ଜୀଉମାନଙ୍କୁ ରତ୍ନ ସିହାଂସନକୁ ବିଜେ କରାଯିବ ।   ଶ୍ରୀ ଜୀଉମାନଙ୍କର ସେନାପଟ୍ଟା ଓ ମଙ୍ଗଳାର୍ପଣ ପରେ ମହାଜନ ପାଣିଗ୍ରାହୀ ସେବକମାନେ ପହଣ୍ଡି ବିଜେ କରି ଜଗ ମୋହନକୁ ଶ୍ରୀ ଜୀଉମାନଙ୍କୁ ଆଣିଥିଲେ । ଶ୍ରୀ ବଳଦେବଜୀଉ ଦେବୋତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପୂଜା ପଣ୍ଡା କାମପାଳ ପତ୍ରୀ, ଦାମୋଦର ପତ୍ରୀ, ରବିନ୍ଦ୍ର କର, ନୀଳମଣି କର, ଦୁଖିନ୍ଦ୍ର ସୁଆର, ମାନସ ରଞ୍ଜନ ମେକାପ, ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ ପ୍ରମୁଖ ଶ୍ରୀ ଜୀଉମାନଙ୍କର ସେବାରେ ନିୟୋଜିତ ଥିବା ବେଳେ ମହାଜନ ପାଣିଗ୍ରାହୀ ସେବକ ମାନଗୋବିନ୍ଦ କର, ରବିନ୍ଦ୍ର ମହାପାତ୍ର, ନୃସିଂହ ମହାପାତ୍ର, ଗୋପାଳ କୃଷ୍ଣ କର, ନୃସିଂହ କର, ଅନନ୍ତ ଚରଣ କର ପ୍ରମୁଖ ଶ୍ରୀ ଜୀଉମାନଙ୍କୁ ପହଣ୍ଡି ବିଜେ କରାଇ ଜଗମୋହନକୁ ଆଣିଥିଲେ । ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ ନୀତିକାନ୍ତି ପରିଚାଳନା କରିଥିଲେ । ଉପଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ନିରଞ୍ଜନ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିବା ବେଳେ ଟ୍ରଷ୍ଟବୋର୍ଡ ସଦସ୍ୟ ଧିରେନ କୁମାର ସାହୁ ଓ ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.