Sunday , October 1 2023
Home / ବିଶେଷ / ଭୁବନ : ଗଡିଲାନି ରଥ , ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ଜଗନ୍ନାଥ

ଭୁବନ : ଗଡିଲାନି ରଥ , ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ଜଗନ୍ନାଥ

ଭୁବନ ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ସକାଶେ ସରକାରଙ୍କ କଟକଣା ଯୋଗୁ ଚଳିତବର୍ଷ ଭୁବନର ତୃତୀୟାଜୀୟୁ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ବିଧିରକ୍ଷା ପୂର୍ବକ ନୀତିକାନ୍ତି କରାଯାଇ ରୀତିନୀତି ଅନୁଯାୟୀ ବିନା ଭକ୍ତରେ ପ୍ରତୀକାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଅପରାହ୍ନ ୪ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ,ଉପଦେଷ୍ଟା ଗୋପୀନାଥ ମହାନ୍ତି,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର.ସେବାୟତ ଓ ସ୍ୱଳ୍ପ ସଂଖ୍ୟକ କର୍ମକର୍ତା ଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତୀ ଙ୍କୁ ପହଣ୍ଡି କରାଯାଇ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରାଯାଇଥିଲା । ସରକାରଙ୍କ କଟକଣା ଯୋଗୁ ସାଧାରଣ ଜନତା ଓ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ମଣ୍ଡପରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ତେବେ ଭକ୍ତଙ୍କର ମନ୍ଦିର ପ୍ରବେଶ କୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଯୁବ ଦମ୍ପତି ଦେବେନ୍ଦ୍ର ପୃଷ୍ଟି ସପତ୍ନୀକ ମହାପ୍ରଭୁଙ୍କୁ ପାଟବସ୍ତ୍ର ପ୍ରଦାନ କରି କୃପାଭିକ୍ଷା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *