ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ୭୦୦ ନିୟୁତ ଲିଟର ଜଳ ସଂରକ୍ଷିତ ହୋଇପାରିଛି
ଭୁବନେଶ୍ୱର,୧୩ ଜୁଲାଇ, ୨୦୨୧(ଓଡ଼ିଶା ସମାଚାର): ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରସ୍ତୁତି କରୁଥିବା ବେଦାନ୍ତ ଆଲୁମିନିୟମ ବିଜନେସ୍ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୬.୫ ବିଲିୟନ ଲିଟର ଜଳର ପୁନଃପ୍ରକି୍ର୍ର୍ରୟା କରଣ କରାଯାଇଛି । ଜଳ ବ୍ୟବହାର ନିୟନ୍ତ୍ରଣ ଜ୍ଞାନକୌଶଳର ବ୍ୟବହାର କରାଯାଇ ଏହା ସମ୍ଭବ ହୋଇପାରିଛି । ବେଦାନ୍ତର ଆଲୁମିନା ରିଫାଇନାରୀ, ଆଲୁମିନିୟମ୍ ସ୍ମେଲଟର ଏବଂ ପାୱାର ପ୍ଲାଂଟ୍ ରେ ଏହି ଜ୍ଞାନକୌଶଳ ଉପଯୋଗ କରାଯାଇ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ୭୦୦ ନିୟୁତ ଲିଟର ଜଳ ସଂରକ୍ଷିତ ହୋଇପାରିଛି ।
ବେଦାନ୍ତ ଆଲୁମିନିୟମ୍ ଅପରେଶନ୍ ବେଦାନ୍ତ ସସଷ୍ଟେନବୁଲ୍ ଡେଭଲପମେଂଟ୍ ଫ୍ରେମ୍ ୱାର୍କ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ବୈଶୟିକ ଏବଂ ପରିଚାଳନା ମାନକ, ବୈଶ୍ୱିକ ସ୍ଥିରତା ପ୍ରବଂଧନର ମାର୍ଗଦର୍ଶିକାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଇଂଟରନ୍ୟାଶନାଲ ଫାଇନ୍ସିଆଲ୍ କୋପୋରେଶନ, ଇଂଟରନ୍ୟାଶନାଲ କାଉନସିଲ୍ ଫର୍ ମାଇନିଂ ଏବଂ ମେଟାଲ, ଗ୍ଲୋବାଲ ରିପୋର୍ଟିଂ ଇନସିଏଟିଭ୍ ଆଦିକୁ ପ୍ରାଥମିକତା ପ୍ରଦାନ କରାଯାଇଛି । କମ୍ପନୀର ଜଳ ପରିଚାଳନା ନୀତି ଏହାର ପୁନଃ ବ୍ୟବହାର ଏବଂ ଶୁନ୍ୟ ତରଳ ନିର୍ବହନ ଉପରେ ଗୁରୁତ୍ୱାରୋପ କରିଥାଏ । ଜାତିସଂଘର ୬ତମ ସସ୍ଷ୍ଟେନବୁଲ୍ ଡେଭଲପମେଂଟ୍ ଗୋଲ୍-କ୍ଲିନ୍ ୱାଟର ଆଣ୍ଡ ସାନିଟେଶନକୁ ପ୍ରତିପାଳନ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ।
ଏହାର ଜାରି ରହିଥିବା ଜଳ ସଂରକ୍ଷଣ ପ୍ରକଳ୍ପ ସହିତ ସମ୍ପ୍ରତି ବେଦାନ୍ତ ଛାତ ଉପର ବର୍ଷାଜଳ ସଂଗ୍ରହ ପ୍ରଣାଳି ଆରମ୍ଭ କରିଛି । ଏହାର ଝାରସୁଗୁଡ଼ାସ୍ଥିତ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ ରେ ଏହା ଆରମ୍ଭ ହୋଇଛି । ଏହାର କ୍ଷମତା ୫୬,୦୦୦ଲିଟର ରହିଛି । ଏହା ବେଦାନ୍ତ ପ୍ଲାଂଟ୍ ର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଛି । ବେଦାନ୍ତ ଓଡ଼ିଶା ସରକାରଙ୍କ ମୃର୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ ବିଭାଗ ମିଳିତ ସହଯୋଗରେ କାର୍ଯ୍ୟକରି ୧୯ଟି ଫାର୍ମ ପୋଖରୀ ଲାଞ୍ଜିଗଡ଼ ଅଂଚଳର ବିଭିନ୍ନ ଗାଁରେ ବିକଶିତ କରାଯାଇପାରିଛି । ଏହାଦ୍ୱାରା ସ୍ଥାନୀୟ ଚାଷୀ ଚାଷ ଜମିରେ ଜଳସେଚନ କରାଇବା ସହିତ ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଛି ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ବିଜନେସ୍ ସିଇଓ ରାହୁଲ ଶର୍ମା କହିଲେ, ଆମେ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସଚାର୍ଜ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ଜଳ ସଂରକ୍ଷଣ ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିଛୁ । ଆମର ଜଳ ପରିଚାଳନା ମାନକ ଭବିଷ୍ୟତ ପରିବର୍ତନ ପାଇଁ ସକ୍ଷମ ହୋଇପାରିବ ।
ବେଦାନ୍ତ ଆଲୁମିନିୟମ୍ ଜଳ ସଂରକ୍ଷଣକୁ ବ୍ୟାପକ କରିବାର ପ୍ରୟାସ ଜାରି ରଖିଛି । ଜଳ ପୁନଃ ପ୍ରକିୟାକରଣ ସହିତ ବ୍ୟବହୃତ ଜଳ ପୁଣି ଥରେ ବ୍ୟବହାର କାର୍ଯ୍ୟ ଜାରି ରହିଛି । ଏହାଦ୍ୱାରା ବିଶୁଦ୍ଧ ଜଳ ସଂରକ୍ଷଣ ହୋଇପାରୁଛି । ଏଥିପାଇଁ କମ୍ପାନୀ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି:
+ ଜଳ ତଦାରକ ମୁଲ୍ୟାଙ୍କନ କରିବା ଏହାର ସମସ୍ତ ବିଜନେସ୍ ୟୁନିଟ୍ ରେ କାର୍ଯ୍ୟକାରି କରାଯାଉଛି । ଏହାଦ୍ୱାରା ପରିବେଶ, ସାମାଜିକସ୍ତରରେ ସକାରାତ୍ମକ ପ୍ରଭାବ ଅନୁଭୁତ ହେବା ସହିତ ଜିରୋ ଡିସଚାର୍ଜ ହୋଇପାରୁଛି ।
+ ସମସ୍ତ ପ୍ରକଳ୍ପରେ ଜଳ ପରିଚାଳନାକୁ ଅନ୍ତର୍ଭୁକ୍ତ କରାଯାଇଛି ।
+ ପ୍ରତି ବିଜନେସ୍ ୟୁନିଟ୍ ରେ ନିରନ୍ତର ଅନ୍ ଲାଇନ ରେ ଜଳ ମାପଦଣ୍ଡର ତଦାରଖ କରାଯାଉଛି ।
+ ଜଳ ବିନିଯୋଗ ସମ୍ପର୍କରେ ନିୟମିତ ଅଡିଟ୍ ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇ ପ୍ରଦର୍ଶନ ବୃଦ୍ଧି କରାଯାଇପାରୁଛି ।
+ ପର୍ୟବେଶ୍ରୀ ନିୟନ୍ତ୍ରଣ ଏବଂ ଡାଟା ଅଧିଗ୍ରହଣ (ଏସ୍ସିଏଡିଏ) ପ୍ରଣାଳି ଦ୍ୱାରା ଜଳ ପାଇପ୍ ଭାଲବ୍ ର ତଦାରଖ ଏବଂ ନିୟନ୍ତ୍ରଣ କରାଯାଉଛି ।
+ ବିଶୁଦ୍ଧ ଜଳ ବ୍ୟବହାର କମ୍ ସହିତ ଜଳ ପୁନଃ ପ୍ରକି୍ରୟାକରଣ ଇଫ୍ଲୁ୍ୟଏଂଟ୍ ଟ୍ରିଟ୍ମେଂଟ୍ ପ୍ଲାଂଟ( ଇଟିପି), ଅଲ୍ଟ୍ରା ଫିଲଟ୍ରେଶନ(ୟୁଏଫ୍) ଏବଂ ରିଭର୍ସ ଅସମୋସିସ୍(ଆରଓ) ଇକୁ୍ୟପମେଂଟ୍ ଦ୍ୱାରା ସମ୍ପନ୍ନ କରାଯାଉଛି ।
+ ୱାଟର ସଫ୍ଟନର ଏବଂ ଉଚ୍ଚସ୍ତରିୟ ଉପଚାର ଦ୍ୱାରା ପୁନଃ ପ୍ରକି୍ରୟାକରଣ ଜଳର ଗୁଣବତାରେ ବିକାଶ କରାଯାଇ ପାରୁଛି ।
+ ନିର୍ଦ୍ଧିଷ୍ଟ୍ ଜଳ ଖର୍ଚ୍ଚ କମାଇବା ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ, ପଦର୍ଶନ ସୂଚକାଙ୍କ (କେପିଆଇ) ପ୍ରତି ବିଜନେସ୍ ୟୁନିଟ୍ ରେ ସ୍ଥାପନା କରାଯାଇଛି ।
+ କାର୍ଯ୍ୟ ସ୍ଥଳରେ ଜଳ ଭଂଣ୍ଡାର ସୃଷ୍ଟି କରାଯାଇ ଜଳସମ୍ପଦର ବିକାଶ ସମ୍ଭବ ହୋଇପାରୁଛି ।
+ ଖରାପ ପାଣିପାଗ ଏବଂ ଅଚାନକ ପ୍ରବଳ ବର୍ଷା ଭଳି ସ୍ଥିତିରୁ ସୁରକ୍ଷା ପାଇଁ ରେସପନ୍ସ୍ ଯୋଜନା କାର୍ଯ୍ୟକାରୀ ହେଉଛି ।
+ସ୍ଥାନୀୟ ବାସିନ୍ଦାଙ୍କୁ ବିଶୁଦ୍ଧ ପିଇବା ଜଳ ଯୋଗାଣ ବେଦାନ୍ତ ପକ୍ଷରୁ ଜାରି ରହିଛି । ଏହା ଗ୍ରୀଷ୍ମଋତୁରେ ଜଳ ସଙ୍କଟର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ।
+ ଡ୍ରିପ୍-ଇରିଗେଶନ, ଟ୍ରେଡଲ ପମ୍ପ୍, ସୌରଚାଳିତ ପାୱାର ପମ୍ପ୍, ବର୍ଷାଜଳ ସଂରକ୍ଷଣ ୍,ପରକୋଲେଶନ ଟ୍ୟାଙ୍କ୍ ଆଦି ଦ୍ୱାରା ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।
+ କମ୍ପାନୀ ପକ୍ଷରୁ ଟୁ୍ୟବ୍ ୱେଲ, ବୋର୍ ୱେଲ୍, ପୋଖରୀ, ପରକୋଲେଶନ ଟ୍ୟାଙ୍କ୍ ଆଦି ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କୁ ଘରୋଇ ବ୍ୟବହାର ଲାଗି ପିଇବା ପାଣି ସହିତ ଜଳସେଚନ ସୁବିଧା ଉପଲବ୍ଧ କରାଯାଉଛି ।
ବେଦାନ୍ତ ଆଲୁମିନିୟମ୍ ବିଜନେସ୍ ବେଦାନ୍ତ ଲିମିଟେଡ୍ର ଅଂଶବିଶେଷ । ଏହା ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୧ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯୬ ନିୟୁତ ଟନ୍ ରହିଛି । ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତର ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍ କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି । ଓଡ଼ିଶା ସମାଚାର