କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ ନଳପାରି ଗ୍ରାମର ଅଶୋକ ବିଶ୍ୱାଳ ନାମକ ବ୍ୟକ୍ତିଙ୍କ ବାଇଗଣ କିଆରିରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ନାଗସାପ । ଶ୍ରୀ ବିଶ୍ୱାଳ ତାଙ୍କ ବିଲରେ ବାଇଗଣ ଚାଷ କରିଥିଲେ । ସେହି ବାଇଗଣ କିଆରି ଚର୍ତୁପାଶ୍ୱର୍ରେ ଜାଲ ବୁଲେଇ ଦେଇଥିଲେ । ସେହି ଜାଲରେ ୪ଫୁଟ ଲମ୍ବର ଏକ ବିରଳ ପ୍ରଜାତିର ନାଗସାପଟି ସଂପୂର୍ଣ୍ଣ ଭାବେ ଛନ୍ଦି ହୋଇପଡିଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ଓଡ଼ିଶା ସମାଚାର
