Friday , September 22 2023
Breaking News
Home / ବିଶେଷ / ଚଉଦକୁଲାଟରେ ଶୁଶାନ୍ତ ଶୋକ ସଭା – – କରୋନା ଯୋଦ୍ଧାର ସ୍ୱୀକୃତି ଦେବାକୁ ଦାବି

ଚଉଦକୁଲାଟରେ ଶୁଶାନ୍ତ ଶୋକ ସଭା – – କରୋନା ଯୋଦ୍ଧାର ସ୍ୱୀକୃତି ଦେବାକୁ ଦାବି

କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ଚଉଦକୁଲାଟ ଜଗନ୍ନାଥ ବିଦ୍ୟାପୀଠ ପ୍ରାଙ୍ଗଣରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସାନମାଣତିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ତମାଳ ଶାସନ ଗ୍ରାମର ଶୁଶାନ୍ତ କୁମାର ମଲ୍ଲିକଙ୍କ ମାତ୍ର ୪୨ବର୍ଷ ବୟସରେ କରୋନା ସଂକ୍ରମଣରେ ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମଲ୍ଲିକ ସରକାରୀ ଶିକ୍ଷକଭାବେ ନିଷ୍ଠାନର ସହ ଦାୟିତ୍ୱ ନିର୍ବାହ କରିି ସାଧାରଣରେ ବେଶ ପ୍ରଶଂସାର ପାତ୍ର ଥିଲେ । ଜଣେ ନିଷ୍ଟଭାଷୀ, ଆଚାରଣ ଶିଷ୍ଟ ଯୁବକଭାବରେ ଗାଁରେ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ । ଏଥିସହ ଝଡାଫୁଙ୍କାରେ ଚଉଦକୁଲାଟ ତଥା ଆଖପାଖ ଅଂଚଳରେ ସେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ସମୟ ଅସମୟ ବିଚାର ନକରି ବିଷାକ୍ତ ଜନ୍ତୁ ଦଂଶନରେ ଆକ୍ରାନ୍ତ ଲୋକମାନଙ୍କୁ ବିନା ଅର୍ଥରେ ସେବା କରି ଆରୋଗ୍ୟ କରିପାରୁ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ଶୋକ ପ୍ରକାଶ କରି ଦର୍ଶାଇ ଥିଲେ ଯେ ଶୁଶାନ୍ତ ଅନ୍ୟର ସେବା କରି ନିଜ ଜୀବନକୁ ବଳିଦେଲା । କରୋନା କଟକଣା ଯଥା ମାସ୍କ ବିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଛାଡି ଲୋକଙ୍କୁ ଝଡାଫୁଙ୍କା କରିବା ଫଳରେ ସହଜରେ ସଂକ୍ରମଣର ଶିକାର ହେଲା  ଓ ପ୍ରାଣ ହରାଇଲା । ସନ୍ଦେଶ ଦେଇଥିଲା ଯେ “ନିଜ ହିତଲାଗି ଜାତି ନୁହେଁ ହିନ୍ଦୁ, ବିଶ୍ୱ ହିତେ ତା’ର ପ୍ରତି ରକ୍ତବିନ୍ଦୁ” । ଅତ୍ୟନ୍ତ ଶୋକାଚ୍ଛନ୍ନ ପରିବେଶରେ ଆୟୋଜିତ ଏହି ସଭାରେ ଗୁରୁ ଚରଣ ଦାସ, ଜୟଦେବ ମହାନ୍ତି, ନରହରି ରାଉଳ, ସମ୍ବିତ ଶ୍ରୀଚନ୍ଦନ, ବିଦ୍ୟାଧର ସେଠୀ, ସୁଜ୍ଞାନ ମଲ୍ଲିକ, ପ୍ରଦୀପ କୁମାର ରଥ, ମନୋରଞ୍ଜନ ଦାସ, ପ୍ରସନ୍ନ କୁମାର ମହାନ୍ତି, ନରେନ୍ଦ୍ର ଦାସ, ହରମୋହନ ପ୍ରଧାନ, ମହମ୍ମଦ ଇଶାକ୍, ଜ୍ୟୋତି ରଞ୍ଜନ ପ୍ରଧାନ, ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *