Friday , September 22 2023
Breaking News
Home / ବିଶେଷ / ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେଡ଼ସନ୍ ପକ୍ଷରୁ ବୃକ୍ଷ ରୋପଣ 

ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେଡ଼ସନ୍ ପକ୍ଷରୁ ବୃକ୍ଷ ରୋପଣ 

ଗରଦପୁର, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଅଗ୍ରଣୀ ପ୍ରକୃତି ପ୍ରେମୀ ଅନୁଷ୍ଠାନ ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେଡ଼ସନ୍ ପକ୍ଷରୁ କୋରୁଆସ୍ଥିତ ବ୍ରଜ ଗଦାଧର ପର୍ଯ୍ୟଟନ ସ୍ଥଳୀ ନିକଟସ୍ଥ ଚିତ୍ରୋତ୍ପଳା ନଦୀ ପଠାରେ ବନ ମହୋତ୍ସବ ପାଳନ ସହ ବୃକ୍ଷ ରୋପଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀ ଶଚିକୁମାର ଗୌର ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ପୃଥିବୀ ଗ୍ରହରେ ଜୀବ ଜଗତ ବଂଚିବା ପାଇଁ ପର୍ଯ୍ୟାବରଣ ର ସୁରକ୍ଷା ଏକାନ୍ତ ଭାବେ ଅପରିହାର୍ଯ୍ୟ ଓ ଏଥିପାଇଁ ବହୁଳଭାବେ ବୃକ୍ଷ ରୋପଣ ର ଆବଶ୍ୟକତା ଅତି ଜରୁରୀ ଅଟେ । ଅନ୍ୟତମ ଅତିଥି ନୟନ ବଲଭ ନାୟକ , ଚିକିତ୍ସକ ସନାତନ ଦାସ, ଅଜୟ କୁମାର ଦାସ, ମାଳାଶ୍ରୀ  ଯୋଗଦେଇ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ନଦୀ ପଠାରେ ଅତିଥି ମାନଙ୍କ ଦ୍ୱାରା ନଡ଼ିଆ, ଆମ୍ବ , ପିଜୁଳି,କାଜୁ, ଶିଶୁ , ଅଶୋକ, ବଉଳ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *