Tuesday , December 7 2021
Home / ବିଶେଷ / କଟକ ଭୁବନେଶ୍ୱର ମିନିଟ୍ରକ ମହାସଂଘର ଦାବି : କାର୍ଯ୍ୟରତ ଡ୍ରାଇଭରମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ମିଳୁ

କଟକ ଭୁବନେଶ୍ୱର ମିନିଟ୍ରକ ମହାସଂଘର ଦାବି : କାର୍ଯ୍ୟରତ ଡ୍ରାଇଭରମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ମିଳୁ

ଭୁବନେଶ୍ୱର,୧୩/୦୭/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଯୋଗୁ ସାରା ଦେଶରେ ଲକଡ଼ାଉନ, ସଟଡ଼ାଉନ ଚାଲିଥିବା ସତ୍ୱେ କଟକ ଭୁବନେଶ୍ୱର ମିନିଟ୍ରକ ମାଲିକ ମହାସଂଘର କର୍ମକର୍ତାମାନେ ନିଜ ଜୀବନକୁ ବାଜି ଲଗାଇ ଭୋକ ଉପାସରେ ପଡ଼ିରହି ଝରଣା ପାଣି ପିଇ ସମାଜର ମଙ୍ଗଳ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଭେଂଟିଲେଟର, ସିଲିଣ୍ଡର, ମାସ୍କ ଓ ଅତି ଜରୁରୀ ଖାଦ୍ୟସାମଗ୍ରୀ ପରିବହନ କାର୍ଯ୍ୟରେ ବହୁ ଦୂର ଯାଗାକୁ ଯିବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ଏହା ସହିତ ବହୁ ବାଧାବିଘ୍ନ ଓ ସମସ୍ୟା ସତ୍ୱେ ଆମ୍ଭେ ଆମ୍ଭ କାର୍ଯ୍ୟରେ ଅବହେଳା କରିନାହୁଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ କିଛି ଜିଲ୍ଲାର ଆଂଚଳିକ ପରିବହନର କର୍ମଚାରୀମାନେ ରାସ୍ତାରେ ଗାଡ଼ି ଅଟକାଇ ମିଛ ଭୁଲ୍ ଦର୍ଶାଇ ଘଂଟା ଘଂଟା ଧରି ଗାଡ଼ିକୁ ପକାଇ ରଖୁଛନ୍ତି ଓ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି । ଢେଙ୍କାନାଳ, ଛତ୍ରପୁର, ନୟାଗଡ଼ ପରିବହନ ବିଭାଗର ସଦସ୍ୟମାନେ ଏବଂ ପାହାଳ-ଫୁଲନଖରା ଠାରୁ ଗୋପଳପୁର ଛକ ପର୍ଯ୍ୟନ୍ତ ଟ୍ରାଫିକ ପୋଲିସଙ୍କର ବେଆଇନ୍ ଇ – ଚାଲାଣ କାଟିବା ବନ୍ଦ କରାଯାଉ । କୋଭିଡ଼ କଟକଣା ନିୟମ ଅନୁଯାୟୀ ୮୦% ଗାଡ଼ି ସ୍ଥଗିିତ ଅଛି ଏବଂ ଯେଉଁ ୨୦% ଗାଡ଼ି ଯାତାୟତ କରୁଅଛି ତାହା ମଧ୍ୟ ବହୁ କ୍ଷତି ମାଲିକମାନେ ସହୁଛନ୍ତି । କାରଣ ଡିଜେଲ ଦର ଓ ଯାନ୍ତ୍ରିକ ପାର୍ଟସ ଆକାଶଛୁଆଁ ହେବାକୁ ଲାଗିଛି । ଯାହାଫଳରେ ଗାଡ଼ି ମାଲିକମାନେ ନିଜର ପରିବାର ଚଳାଇବା ପାଇଁ ଅସମର୍ଥ ହେଉଥିବା ସମୟରେ ଫାଇନାନ୍ସ ବାଲାଙ୍କ କିସ୍ତି ଗଣିବା ଓ ଗାଡ଼ି ଟାଣି ନେବା ଜୁଲମ୍ ମଧ୍ୟ କମ୍ ହେଉନାହିଁ । ଏଣୁ କଟକ ଭୁବନେଶ୍ୱର ମିନିଟ୍ରକ ମାଲିକ ମହାସଂଘ ପ୍ରତି ହେଉଥିବା ଏହିସବୁ ବେନିୟମ କାର୍ଯ୍ୟକୁ ବନ୍ଦ କରାଯାଉ । ବିଗତ ୭ ବର୍ଷ ହେଲା ପାର୍କିଂ ପ୍ଲେସ ମଧ୍ୟ ମାଗିଆସୁଛୁ । ୬ ଚକିଆ ଯାନକୁ ସହର ଭିତରକୁ ଦିବା ୧ ଘଟିକାରୁ ଦିବା ୩ ଘଟିକା ୨ ଘଂଟା ପାଇଁ ଅନୁମତି ଦିଆଯାଉ, ମାଲିକ ମହାସଂଘର ସମସ୍ୟା ଓ ଆର୍ଥିକ ସହାୟତାକୁ ଯଥାସମ୍ଭବ ପରୂଣ କରାଯାଉ ଏବଂ କାର୍ଯ୍ୟରତ ଡ୍ରାଇଭର ମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ମିଳିପାରିଲେ ସେମାନଙ୍କର କାର୍ଯ୍ୟ କରିବାର ଉତ୍କଣ୍ଠା ବଢିପାରିବ ବୋଲି ମହାସଂଘ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଗଣେଶ ମାହାରି, ଉପସଭାପତି ଆର୍ତତ୍ରାଣ ବାରିକ, ସମ୍ପାଦକ ରତ୍ନାକର ସାହୁ, ସହ ସମ୍ପାଦକ ବିଶ୍ୱଭୂଷଣ ହରିଚନ୍ଦନ, କୋଷାଧ୍ୟକ୍ଷ ରାଜୀବ ମହାନ୍ତି, ଉପଦେଷ୍ଟା ଶ୍ରୀକାନ୍ତ ଜେନା, ଅଭିମନୁ୍ୟ ରାଉତରାୟ ଏବଂ ସଦସ୍ୟ ବିଜୟ କୁମାର ପ୍ରଧାନ, ପ୍ରତାପରୁଦ୍ର ଖମାରୀ, ବିଜୟ କୁମାର ସେଠୀ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *