Sunday , October 1 2023
Home / ରାଜନୀତି / ‘ଓଡ଼ିଶା ବନ୍ଦ’ ସମର୍ଥନରେ ଶୋଭାଯାତ୍ରା

‘ଓଡ଼ିଶା ବନ୍ଦ’ ସମର୍ଥନରେ ଶୋଭାଯାତ୍ରା

ଭୁବନେଶ୍ୱର,୧୩/୦୭/୨୦୨୧(ଓଡ଼ିଶା ସମାଚାର)- ଡିଜେଲ, ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ୪ଟି ବାମପନ୍ଥୀ ଦଳ ତରଫରୁ ଆସନ୍ତା ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରି ଏହାକୁ ସଫଳ କରିବା ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ସିପିଆଇ, ଏଆଇଟିୟୁସି, ବିକେଏମୟୁ ଓ ଏଆଇକେଏସ୍ ର କର୍ମୀମାନେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରାଜମହଲ ଛକ ଓ ମାଷ୍ଟରକ୍ୟାନଟିନ ସମେତ ସମଗ୍ର ଅଶୋକନଗର ଅଂଚଳ ପରିକ୍ରମା କରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।
ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଓ ସିପିଆଇ ନେତା ଜୟନ୍ତ ଦାସ ଶୋଭାଯାତ୍ରାକାରୀମାନଙ୍କୁ ଉଦବୋଧନ ଦେଇ କରୋନା ମହାମାରୀ ସମୟରେ ଗରିବ ଓ ମଧ୍ୟବିତଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ଏହି ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ବୋଲି ମତବ୍ୟକ୍ତ କରି ଏହାର ପ୍ରତିବାଦରେ ରାଜ୍ୟବାସୀ ସ୍ୱତଃପୃତ ଭାବରେ ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଡାକ ହେମ୍ବ୍ରମ୍, ପାର୍ବତୀ ଲାଗୁରି, କୁନା ଜାଲି ଓ ପଂଚାନନ ସାହୁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *