କଟକ, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବୟାଳିଶମୌଜ଼ା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ପକ୍ଷରୁ ଜଗଦୀଶ ତ୍ରିପାଠୀ,ଲଷ୍ମୀଧର ବେଉରା,ସୁରେନ୍ଦ୍ର ନାଥ ବେହେରା,ଅଜୟ ବେହେରା,ଭାସ୍କର ବେଉରା,ଆନନ୍ଦ ଚନ୍ଦ୍ର ବେଉରା,ଡାକ୍ତର ସୁବାଷ ସାହୁ,ସୁଧାଂଶୁ ଶେଖର ବେଉରା,ରମେଶ ବେଉରା,ବସନ୍ତ ବେଉରା,ନାଟ୍ୟକାର ରବି ମିଶ୍ର,ନାଟ୍ୟକାର ପବିତ୍ର ମୋହନ ପ୍ରଧାନ,ନାଟ୍ୟକାର ଅଶୋକ ପଟ୍ଟନାୟକ,ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା,ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ରକ୍ତଦାତା ସୁରଜ ବେହେରା,ନାରାୟଣ ଚନ୍ଦ୍ର ମହାନ୍ତି ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତ ପ୍ରେମାନନ୍ଦ ବେହେରା ବରାଳ ଗ୍ରାମର ନାଟ୍ୟ ଜଗତକୁ ସୁଦୂର ପ୍ରସାରୀ କରାଇବା,କଳାକାର ସୃଷ୍ଟି କରିବାସହ ସଦର ଅଞ୍ଚଳର ବହୁ ସାଂସ୍କୃତିକ ସଂଗଠନ ଏବଂ ରାମଲୀଳା ସମିତିର ଉପଦେଷ୍ଟା ଭାବେ କାର୍ଯ୍ୟକରି କଳା,ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …