Sunday , March 26 2023
Breaking News
Home / ବିଶେଷ / ସ୍ୱର୍ଗତ ବୈଷ୍ଣବ ଚରଣ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ

ସ୍ୱର୍ଗତ ବୈଷ୍ଣବ ଚରଣ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ

ପାରାଦୀପ ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଦୈନିକ ଖବର କାଗଜ “ସମାଜ” ପାରାଦୀପର ବ୍ୟବସାୟିକ ଦାୟୀତ୍ୱ ସହ ଦୀର୍ଘ ଚାରୀ ଦଶନ୍ଧି ଧରି ଜଡିତ ଥିବା ସ୍ୱର୍ଗତ ବୈଷ୍ଣବ ଚରଣ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ବଡପଡିଆ ଠାରେ ଆୟୋଜିତ ହୋଇଥିଲା । ପାରାଦୀପ ଖବର କାଗଜ ବିତରକ ସଂଘର ସଂପାଦକ ବାଳକୃଷ୍ଣ ସୂତାର, ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମହାପ୍ରସାଦ ବିତରଣ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.