କେନ୍ଦ୍ରାପଡ଼ା, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ସ୍ୱର୍ଗତ ଶ୍ରୀଧର ବାରିକ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦ ସମ୍ପାଦକରୁ ରାଜନୈତିକ ଜୀବନ ଆରମ୍ଭ କରି କେନ୍ଦ୍ରାପଡା ପୌରାଂଚଳର ୱାର୍ଡ ସଭ୍ୟ ଥାଇ ନିଜର ସାମାଜିକ ଏବଂ ରାଜନୈତିକ ଜୀବନ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦାସର୍ବାଦା କେନ୍ଦ୍ରାପଡାର ବିକାଶ ତଥା ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ ଥିଲେ । ଆଜି ଦ୍ୱାଦଶାହରେ ତାଙ୍କ ଚାଟରାପାଟଣାସ୍ଥିତ ବାସଭବନରେ ବିଶିଷ୍ଟ ଅତିଥିମାନେ ପହଁଚି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପରିବାରଙ୍କୁ ଧର୍ଯ୍ୟ ଧରିବା ପାଇଁ ଶାନ୍ତ୍ୱନା ଦେଇଥିଲେ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ, ରମେଶ ଥାଟୋଇ, ପୂର୍ବତନ ପୌରାଧ୍ୟକ୍ଷ ପ୍ରବୀର ମହାନ୍ତି, ପୂର୍ବତନ କପାଳେଶ୍ୱର ସରପଂଚ ଜ୍ଞାନରଞ୍ଜ ମହାନ୍ତି, ବିଜେଡି ନେତା ଦେବାଶିଷ କୁବେର, ସାମ୍ବାଦିକ ସେକ୍ ଆସିକଉଦ୍ଧିନ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର