ଗରଦପୁର, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତର ବେହୁଳ ଗ୍ରାମର ଯୁବକମାନେ ଗତ କିଛି ଦିନ ହେଲା ଏକତ୍ରୀକରଣ ଯୁବ ପରିଷଦ ସଂଗଠନ ଗଠନ କରିଛନ୍ତି । ଏହି ସଂଗଠନ ଗ୍ରାମ ସଫେଇ, ପରିବେଶ ସୁରକ୍ଷା, ଜନ ସଚେତନତା ଓ ଅସହାୟଙ୍କୁ ସହାୟତା ପ୍ରଦାନ ଦିଗରେ କାର୍ଯ୍ୟ କରୁଛି । ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଅଙ୍ଗୁଳେଇ ଗ୍ରାମ ପଂଚାୟତ ର ବରେଇ ଗ୍ରାମର ନାବାଳିକା ପୂଜା । ସେ ଏକ ଅସହାୟ ଜୀବନ କାଟୁଛନ୍ତି । ପିଲାଟି ଦିନରୁ ପୂଜା ମା କୁ ଦେଖିନାହାନ୍ତି । ପୂଜାକୁ ଜନ୍ମ ଦେଇ ମା ସ୍ୱର୍ଣ୍ଣଲତା ଆରପାରିକୁ ଚାଲିଯାଇଥିଲେ । ବାପା କୃପାସିନ୍ଧୁ ପରିଡ଼ା ମାନସିକ ବିକାର ଗ୍ରସ୍ତ ହୋଇ ଗତ କିଛି ଦିନ ହେଲା କେଉଁଆଡ଼େ ଚାଲିଯାଇଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତରେ ପୂଜା ଅତି ଦୟନୀୟ ଭାବେ ଅଭାବ ଅନାଟନରେ ଜୀବନ କାଟୁଛନ୍ତି । ତାଙ୍କ ପକ୍ଷେ ଖାଇବା ପିଇବା ଓ ରହିବା ପାଇଁ ଘର ଖଣ୍ଡେ ନାହିଁ । ଏହି ଖବର ଜାଣିବାକୁ ପାଇଲା ପରେ ଏକତ୍ରୀକରଣ ଯୁବ ପରିଷଦର ସଦସ୍ୟମାନେ ପୂଜାଙ୍କୁ ସାକ୍ଷାତ କରି ତାଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ସହିତ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏଥି ସହିତ ସରକାରଙ୍କ ତରଫରୁ ତାଙ୍କୁ ଏକ ବାସ ଗୃହ ପ୍ରଦାନ କରିବା ପାଇଁ ମହାକାଳପଡ଼ାର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ପରିଷଦର ଉପେନ୍ଦ୍ର ମାହାଳି, ଭ୍ରମର ମାହାଳି, ବିଘ୍ନରାଜ ବେହେରା, ଗୋପିନାଥ ମାହାଳି, ସମିର ରଂଜନ ମାହାଳି, ପ୍ରକାଶ ଚନ୍ଦ୍ର ମାହାଳି, ସୁବାସ ମାହାଳି, ଆଲୋକ ମାହାଳି, ତନ୍ମୟ ମାହାଳି, ରଶ୍ମିକାନ୍ତ ରାଉତ, ଦୀପକ ରାଉତ, ଜିତେନ୍ଦ୍ର ବେହେରା, ଚିନ୍ମୟ ରାଉତ, ବିନୟ ମାହାଳି, ବାବାଜୀ ବାରିକ, ପବିତ୍ର ରାଉତ, ଗିରିଧାରୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର