Tuesday , October 3 2023
Breaking News
Home / ବିଶେଷ / ଯୁବଶକ୍ତି ଓ ଜଗନ୍ନାଥ ଗ୍ରୋପ୍ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଓ କରୋନା ମହାମାରୀ ସଚେତନତା କାର୍ଯ୍ୟକ୍ରମ

ଯୁବଶକ୍ତି ଓ ଜଗନ୍ନାଥ ଗ୍ରୋପ୍ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଓ କରୋନା ମହାମାରୀ ସଚେତନତା କାର୍ଯ୍ୟକ୍ରମ

ପରଜଙ୍ଗ, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ବାରିହାପୁର ର ଶ୍ରୀ ଶ୍ରୀ ତପୋବନ ଶ୍ରୀକ୍ଷେତ୍ର ଠାରେ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଯୁବଶକ୍ତି ଓ ଜଗନ୍ନାଥ ଗ୍ରୋପ୍ ଫାଉଣ୍ଡେସନ ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ସହ ଜଗନ୍ନାଥ ଗ୍ରୋପ୍ ଫାଉଣ୍ଡେସନ ପକ୍ଷରୁ ମନ୍ଦିର ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିବା ସହ ଗ୍ରାମରେ କରୋନା ମହାମାରୀ ସଚେତନତା ଓ ସାନିଟାଇଜର କରାଯାଇଥିଲା । କୋଭିଡ ସଂକ୍ରମଣ ଧୀରେ ଧୀରେ ଏବେ କମି ଆସୁଥିବା ବେଳେ ଆଗକୁ ତୃତୀୟ ଲହର ମାଡି ଆସୁଅଛି, ଏଣୁ ଏବେ ଠାରୁ ଆମକୁ ସାବଧାନ ଓ ସଚେତନତାର ସହ ରହିବା ପାଇଁ ପଡିବ ଓ ରାଜ୍ୟ ସରକାରଙ୍କ କୋଭିଡ କଟକଣା ମାନି ଚଳିବା ପାଇଁ ପଡିବ । ବୃକ୍ଷ ହିଁ ଜୀବନ ଆମେ ଗୋଟିଏ ବୃକ୍ଷ କଟିବା ପୂର୍ବରୁ ଶହେ ଟି ବୃକ୍ଷ ରୋପଣ କରିବା ନିହାତ ଆବଶ୍ୟକ । ଯାହା ଫଳରେ ଅକ୍ସୀଜେନ ଭଳି ଅଭାବ ଦେଖା ଦେବ ନାହିଁ ଓ ଆମ ପରିବେଶ ସବୁବେଳେ ସବୁଜ ସୁନ୍ଦର ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମ ରେ ଜଗନ୍ନାଥ ଗ୍ରୋପ୍ ଫାଉଣ୍ଡେସନ ର ପବିତ୍ର ସାମଲ, ସିପୁନ ସାମଲ, ଲିଟୁ ସାମଲ, ଚିଣ୍ଟୁ ସାମଲ, ସୁମନ୍ତ ସାହୁ, ସୁଶୀଲ ସାହୁ, ସାଧୁ ଚରଣ ମାଝୀ, ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *