ଗରଦପୁର, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ଗ୍ରାମର ସାମାଜିକ ଅନୁଷ୍ଠାନ ଦିବ୍ୟଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅନୁଷ୍ଠାନର ଅଧ୍ୟକ୍ଷ ଦ୍ୱାରିକା ନାଥ ସେନାପତି ସଭାପତିତ୍ୱ କରିଥିଲେ । ଏଥିରେ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ପ୍ରଶାନ୍ତ ମହାନ୍ତି ଓ ପ୍ରକୃତିବନ୍ଧୁ ଯଦୁମଣି ମୁଦୁଲି ଯୋଗଦେଇ ଜନ ସଂଖ୍ୟା ବଢଦ୍ଧି ଯୋଗୁ ବିଶ୍ୱରେ ବିଭିନ୍ନ ସଙ୍କଟ ସମ୍ପର୍କରେ ଆଲୋଚନା କରିବା ସହିତ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଜନସଂଖ୍ୟା ବୃଦ୍ଧିର କୁ ପ୍ରଭାବ ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସରପଂଚ ଶ୍ରୀ ପରିଡ଼ା ଆଲୋଚନା କରି ଏଥିପ୍ରତି ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ସେନାପତି, ସ୍ୱାଧୀନ ସେନାପତି, ଚାରୁଚନ୍ଦ୍ର ସେନାପତି,ଉପେନ୍ଦ୍ର ବାରିକ,ଗଙ୍ଗାରମ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର