Tuesday , March 28 2023
Breaking News
Home / ବିଶେଷ / ବନ୍ଦର ସହରରେ ଚୋରୀ ବୃଦ୍ଧି ପାଉଛି – ସଚ୍ଚେତନ ରହିବାକୁ ପୋଲିସର ପରାମର୍ଶ

ବନ୍ଦର ସହରରେ ଚୋରୀ ବୃଦ୍ଧି ପାଉଛି – ସଚ୍ଚେତନ ରହିବାକୁ ପୋଲିସର ପରାମର୍ଶ

ପାରାଦ୍ୱୀପ,୧୨/୦୭/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦୀପରେ ଏବେ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ କିଛି ବାଇକ୍ ଚୋରୀ ଘଟଣା ଅଭିଯୋଗ ହୋଇଥିବା ବେଳେ ଏବେ ପାର୍କିଂରେ ଥିବା ଟ୍ରକ ମାନଙ୍କରୁ ବ୍ୟାଟେରୀ, ତେଲ, ପାଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହେବାର ଘଟଣା ଦୈନନ୍ଦିନ ସାମ୍ନାକୁ ଆସୁଛି । ସୂଚନା ଥାଉ କି, ଗତ ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦର ୩ନମ୍ବର ଫାଟକ ସମ୍ମୁଖରେ ପଣ୍ୟ ବୋଝେଇ ପାଇଁ ପାର୍କିଂରେ ଥିବା ନଂ- ଓଡି୨୧ଜେ-୭୩୭୧ ଟ୍ରକର ଡୋର କାଚ କାଟି ଗାଡିରେ ଥିବା ଦୁଇଟି ବ୍ୟାଟେରୀ, ଜଗ୍ ଚୋରୀ ହୋଇଥିବା ନେଇ ରବିବାର ଦିନ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହେବା ଫଳରେ ଥାନାଧିକାରୀ ଅଭିଯୋଗକୁ ଗୁରୁତର ସହ ନେଇ ଛାନ୍ଭିନ୍ ଆରମ୍ଭ କରିଛନ୍ତି  । ଗାଡି ମାଲିକ ରତ୍ନାକର ଜେନାଙ୍କ କହିବା ଅନୁଯାଇ ୧୫ଦିନ ପୂର୍ବରୁ ଦୁଇଟି ରବର ପାଲ ସହିତ ତିନୋଟି ଜରି ପାଲ ସେହି ଯାଗାରେ ଚୋରୀ ହୋଇଥିଲା । ତେବେ ବନ୍ଦର ସହରରେ ନିୟମିତ ଭାବେ ଲୁଟପାଟ, ଚୋରୀ ଏକ ଚିନ୍ତାଜନକ ବିଷୟ ହୋଇଛି । ପୋଲିସ କର୍ମଚାରୀ ଓ ପାଟ୍ରୋଲିଂ ଗାଡିର ଅଭାବରେ ଚୋର ସକ୍ରିୟ ହୋଇ ମୌଜ୍ କରୁଥିବା ଚର୍ଚ୍ଚା ଯୋର ଧରିଛି । ଅନ୍ୟପକ୍ଷରେ ପାରାଦୀପ ଆଦର୍ଶ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ କହିବାନୁଯାଇ ସହରରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଜନସାଧାରଣ ନିଜ ସାମଗ୍ରୀର ସୁରକ୍ଷା ପାଇଁ ସଚ୍ଚେତନ ହେବା ଦରକାର । ତେବେ ଖବର ପ୍ରକାଶ ପାଇବା ପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ଉଦ୍ଧାର କରିବା ସମ୍ପର୍କରେ ପୋଲିସକୁ ସଫଳତା ମିଳି ନଥିବା ଜଣାପଡିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.