Tuesday , October 3 2023
Breaking News
Home / ବିଶେଷ / ନାଭି ମୁମ୍ବାଇ ମନ୍ଦିର ବେଢ଼ାରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ

ନାଭି ମୁମ୍ବାଇ ମନ୍ଦିର ବେଢ଼ାରେ ରଥଯାତ୍ରା, ଛେରାପହଁରା କଲେ ଓଡ଼ିଆ ପୁଅ

ଭୁବନେଶ୍ୱର,ମୁମ୍ବାଇ, ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ କୋଭିଡ଼୍ କଟକଣାରେ ମନ୍ଦିର ବେଢ଼ାରେ ରଥରେ ପୂଜା ହୋଇଥିଲା । ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା ସଂପାଦିତ ହୋଇଥିଲା । ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା । କେବଳ ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା । ଏଥିରେ ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି ଓ ବସନ୍ତ ପଣ୍ଡା ଆଦି ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *