ଜୁନାଗଡ଼, ୧୨/୦୭/୨୦୨୧ (ଓଡିଶା ସମାଚାର/ ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବ୍ରାହ୍ମଣ ପଡା ଦଧିବାମନ ମନ୍ଦିର, କଳମପୁର ଛକ ର ନୀଳାଦ୍ରି ଶ୍ରୀକ୍ଷେତ୍ର, ଡ଼ଙ୍ଗା ଘାଟ ପଡା ଜଗନ୍ନାଥ ମନ୍ଦିର, ସଂସ୍କୃତିକ ଅନୁଷ୍ଠାନ ପାଖ ଜଗନ୍ନାଥ ମନ୍ଦିର ରହିଛି ।
କୋଭିଡ କଟକଣା ବଳବତ୍ତର ରହିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ବାହାରୁ ହିଁ ଦର୍ଶନ କରୁ ଛନ୍ତି । ରଥଯାତ୍ରା ସମୟ ରେ ମନ୍ଦିର ଓ ମନ୍ଦିର ପରିସର ରେ 144 ଧାରା ଜାରୀ କରାଯାଇଛି । କେବଳ ପୂଜକ ଓ ସେବକଙ୍କ ଦ୍ୱରା ନିତିକାନ୍ତି ଓ ପୂଜାଅର୍ଚ୍ଚନା କରାଯିବ । ରଥଯାତ୍ରା ସମୟ ରେ ହଜାର ହଜାର ଭକ୍ତଙ୍କ ଭିଡ଼ ଗତ ଦିନ ମାନଙ୍କରେ ଲାଗି ରହୁ ଥିଲା । ହେଲେ ଏବର୍ଷ କୋଭିଡ କଟକଣା ଯୋଗୁଁ ଜନଗହଳି ଦେଖିବାକୁ ମିଳୁ ନାହିଁ । ଶ୍ରଦ୍ଧାଳୁ ମାନେ କୋଭିଡ କଟକଣା ମାନି ବାହାରୁ ହିଁ ଜଗନ୍ନାଥ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଓଡିଶା ସମାଚାର