Thursday , June 30 2022
Breaking News
Home / ବିଶେଷ / ଛତୁ ଗୋଟାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା

ଛତୁ ଗୋଟାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା

କନ୍ଧମାଳ, ୧୨/୦୭/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଜଗବନ୍ଧୁ ବେହେରା ନାମକ ଜନୈକ ଯୁବକ ଦୁଇଜଣ ଯୁବତୀଙ୍କୁ ଅସଦ ବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ  ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇ  ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଏନେଇ  ଯୁବତୀଙ୍କ ପରିବାର ପକ୍ଷରୁ ଫିରିଙ୍ଗଆ ଥାନାରେ ଏତେଲା ଦେବା ପରେ ପୋଲିସ  ୭୮/ ୨୧ ରେ ଧାରା ୩୪୧,୨୯୪,୩୨୩ ,୩୫୪ ଏ ରେ ଏକ  ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ତୁରନ୍ତ ରିରଫ କରିବାକୁ ପିଡିତା ଙ୍କ ପରିବାର ଦାବି କରିଛନ୍ତି।ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *