Monday , March 27 2023
Breaking News
Home / ବିଶେଷ / କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଗୁଣ୍ଡିଚା ନୀତି ସମ୍ପନ୍ନ

କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଗୁଣ୍ଡିଚା ନୀତି ସମ୍ପନ୍ନ

ପାରାଦୀପ ୧୨/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ପାରାଦୀପ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜିୟୁ ମାନଙ୍କର ଗୁଣ୍ଡିଚା ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସମାଜର ଅଧ୍ୟକ୍ଷ ତଥା ପାରାଦୀପ ବନ୍ଦରର ଅଧ୍ୟକ୍ଷ ବିନୀତ୍ କୁମାର ଶ୍ରୀଜିୟୁ ମାନଙ୍କର ଗୁଣ୍ଡିଚା ନୀତି କରିଥିଲେ । ଜଗନ୍ନାଥ ମନ୍ଦିର ଭିତରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ଯଥାବିଧି ପୂଜା ସମ୍ପନ୍ନ ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ସେବାୟତ ଯୋଗ ଦେଇ ବିଧି ରକ୍ଷା ପୂର୍ବକ ନୀତିକାନ୍ତି ସମାପନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.