ପୁରୀ,୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ହେଉଛି ଆଷାଢ ମାସ ଶୁକ୍ଳ ଦ୍ବିତୀୟା ତିଥି । ପବିତ୍ର ଶ୍ରୀ ଗୁଣ୍ଡିଚା । ଆଜି ହେଉଛି ମହାପ୍ରଭୁ ବିଶ୍ୱ ନିଅନ୍ତା ବଡ଼ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତର ଭଗବାନ ବଳିଆର ଭୁଜ କୋଭିଡ଼ କଟକଣା ମଧ୍ୟରେ ରତ୍ନବେଦୀ ଛାଡ଼ି ବିନା ଭକ୍ତରେ ରଥ ରେ ବସି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି । ଘରେ ବସି ଶ୍ରଦ୍ଧାଳୁ ଟେଲିଭିଜନ୍ ରେ ରଥ ଯାତ୍ରା ଦେଖିବେ । ଏମିତି ସମୟରେ ଛୋଟ ଛୋଟ ପିଲାମାନେ କୁନି କୁନି ରଥ ତିଆରି କରି ରଥଯାତ୍ରା କରିଥାନ୍ତି । ଏଥର ନଜରକୁ ଆସିଛି ସେହିଭଳି ଜଣେ ଶିଶୁର ରଥ । ପୁରୀ ଉପକଂଠ ପଥୁରିଆ ସାହି ର ନୀରଂଜନ ନାୟକ ଓ ଶ୍ରଦ୍ଧାଂଜଳି ନାୟକଙ୍କ ୧୪ ବର୍ଷର ପୁଅ ସୌମ୍ୟରଂଜନ ନାୟକ ତିଆରି କରିଛନ୍ତି ଏକ ରଥ । କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ ନନ୍ଦିଗୋଷ ରଥ ର ଏକ ଅବିକଳ ତିଆରି କରିଛନ୍ତି ।ଏହାକୁ ତିଆରି କରିବା ପାଇଁ ତାଙ୍କୁ ୫ଦିନ ସମୟ ଲାଗିଥିଲା।ଏହି ରଥ ର ରଥ ଉଚ୍ଚତା-୨୪ ଇଞ୍ଚ ଓ ଚଉଡା-୧୪ ଇଞ୍ଚ । ସୌମ୍ୟରଂଜନ ଡି ଏ ଭି ପବ୍ଲିକ ସ୍କୁଲ ର ନବମ ଶ୍ରେଣୀ ର ଛାତ୍ର ଅଟନ୍ତି । ସେ ତିଆରି କରିଥିବା ଏହି ରଥ ଦେଖି ଲୋକେ ଉଚ୍ଚ ପ୍ରସଂସା କରିଛନ୍ତି । ଓଡ଼ିଶା ସମାଚାର
(ସୌମ୍ୟରଂଜନ ତିଆରି କରିଥିବା ରଥ )