ପାରାଦ୍ୱୀପ ୧୨/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ଇଷ୍ଟେଟ ବିଭାଗରେ ଡିଏଲଆର୍ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ କରୋନା ସଙ୍କ୍ରମଣରେ ପିଡିତ ହୋଇ ଗତ ମାସରେ ମୃତୁ୍ୟ ହୋଇଥିଲା । ଏହି ଘଟଣା ପରେ ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ପକ୍ଷରୁ ସ୍ୱର୍ଗତ ସାହୁଙ୍କ ପରିବାରର ଜଣକୁ ଚାକିରୀ ଏବଂ ଡିଏଲଆର ମାନଙ୍କୁ ବନ୍ଦର ଚିକିତ୍ସାଳୟରେ କୋଭିଡ ପରିକ୍ଷା ନିମନ୍ତେ ବନ୍ଦର ପ୍ରଶାସନ ନିକଟରେ ଦାବି ଉପସ୍ଥାପିତ କରାଯାଇଥିଲା । ତେବେ ଇଚ୍ଛିମଧ୍ୟରେ ସ୍ୱର୍ଗତ ମାନସଙ୍କ ପତ୍ନୀ ରାଜଶ୍ରୀ ସାହୁଙ୍କୁ ବନ୍ଦର ଇଷ୍ଟେଟ ବିିଭାଗରେ ଡିଏଲଆର୍ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି । ଏଥିପାଇଁ ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ସଭାପତି ତଥା ଶ୍ରମିକ ନେତା ଅରିନ୍ଦମ ସାର୍ଖେଲ (ବାପି ସାର୍ଖେଲ) ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଚ୍ଚିବ ଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଡିଏଲଆର୍ ଭାଇମାନଙ୍କ ସହଯୋଗ ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର