Saturday , April 1 2023
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଦର ମାଟିରେ ଗୋଟିଏ ବୃକ୍ଷ ଗୋଟିଏ ଜୀବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଦର ମାଟିରେ ଗୋଟିଏ ବୃକ୍ଷ ଗୋଟିଏ ଜୀବନ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ, ୧୨/୦୭/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ କିଶନନଗର ଥାନା ଯଶପଡା ପଞ୍ଚାୟତର କେଳିକନ୍ଦମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ଅନନ୍ତ କୁମାର ନାଥ,ମ୍ୟାନେଜ ଭୋଇ, ପରମେଶ୍ୱର ମଲିକ,ଅନନ୍ତ ପରିଡା, ରାଜେଶ ସେଠୀ,ଆଲେକା ସେଠୀ, ଯଶବନ୍ତ ନାଥ,ବୁଲୁ ବେହେରା,ଜାଗା ହେହେରା,ଅନିଲି ନାଥ,ସୁକାନ୍ତ ନାଥ,ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ କର୍ଯ୍ୟକର୍ତା ଉପସ୍ଥିତ ରହି ବହୁ ପ୍ରଜାତିର ବୃକ୍ଷ ରୋପଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.