ସମ୍ବଲପୁର ୧୧/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷର ପ୍ରଥମ ଥର ପାଇଁ ହୀରାକୁଦ ଡ଼୍ୟାମ୍ ରୁ ବନ୍ୟା ଜଳ ନିସ୍କାସନ ଆରମ୍ଭ ହୋଇଛି । ପାରମ୍ପରିକ ରିତି ନରତି ରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲିଥିବା ବେଳେ ପରେ ୩ ନମ୍ବର ଗେଟ୍ ଖୋଲିଛି । ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଉ ଗୋଟିଏ ଗେଟ୍ ଖୋଲିବ । ତେବେ ବର୍ତମାନ ବନ୍ୟା ପରିସ୍ଥିତି ନାହିଁ । ଓଡ଼ିଶା ସମାଚାର