Friday , September 29 2023
Breaking News
Home / ବିଶେଷ / ଶ୍ରୀବଳଦେବଜୀଉଙ୍କ ରଥାଯାତ୍ରା ନୀତିକାନ୍ତି ଓ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଶ୍ରୀବଳଦେବଜୀଉଙ୍କ ରଥାଯାତ୍ରା ନୀତିକାନ୍ତି ଓ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ହେବାକୁ ଥିବା ବିଭିନ୍ନ ନୀତିକାନ୍ତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଚଳିତ ବର୍ଷ କୋଭିଡ କଟକଣା ହେତୁ ରଥଯାତ୍ରା ନହୋଇ ରଥଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ସଂପନ୍ନ କରାଯିବ । ଶ୍ରୀଗୁଣ୍ଡିଚାରେ ଶ୍ରୀଜୀଉମାନଙ୍କୁ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ଜଗମୋହନକୁ ଅଣାଯିବ । ଜଗମୋହନର ଆଡପ ମଣ୍ଡପରେ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇ ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜୟ ଦିନ ନିଳାଦ୍ରୀ ବିଜେ କରାଯାଇ ରତ୍ନସିଂହାସନକୁ ବିଜେ କରାଯିବ । କେବଳ ସେବାୟତମାନଙ୍କୁ ନେଇ ରଥଯାତ୍ରାର ସମସ୍ତ ନୀତିକାନ୍ତି ସମାପନ କରାଯିବ । ଶ୍ରୀବଳଦେବଜୀଉଙ୍କ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁବ୍ୟବସ୍ଥିତଭାବେ ସଂପନ୍ନ ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବଳଦେବଜୀଉଙ୍କ ମନ୍ଦରି ପାଶ୍ୱର୍ରେ ନିର୍ମାଣାଧିନ ହେରିଟେଜ କମ୍ପ୍ଲେକ୍ସର ପୁର୍ଣ୍ଣାଙ୍ଗ, ମନ୍ଦିର ପାଚେରୀ ଯୋଡି କଳ୍ପବଟକୁ ମନ୍ଦିର ବେଢାରେ ସ୍ଥାପନ ପ୍ରଭୃତି ଜୁଲାଇ ମାସ ସୁଦ୍ଧା ଶେଷ କରିବା ସହ ବିବାହ ମଣ୍ଡପର ଅଜବେଷ୍ଟସ ଘରକୁ ଭାଙ୍ଗି ଛାତ  ଘର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ପୂର୍ତବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଏତତ୍ ବ୍ୟତୀତ ମନ୍ଦିର ଝୁଲଣ ଘର, ବିବାହ ମଣ୍ଡପ ବୁଲି ଦେଖିବା ସହ ମନ୍ଦିର ସଂଲଗ୍ନ ପାର୍କ, ପୁରୁଣା ଚନ୍ଦନ ପୋଖରୀ ପ୍ରଭୃତି  ଜିଲ୍ଲାପାଳ ବୁଲି ଦେଖିଥିଲେ  । ମନ୍ଦିର ମଧ୍ୟରେ  ଲାଗିଥିବା ସିସି କ୍ୟାମେରା ପାଇଁ ସ୍ୱତନ୍ତ୍ର ଇନଭର୍ଟର ବ୍ୟବସ୍ଥା କରିବାକୁ ବଳଦେବଜୀଉ ଦେବୋର ସଂସ୍ଥାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ନିରଞ୍ଜନ ବେହେରା, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜୀବ ଲୋଚନ ପଣ୍ଡା, ଟାଉନଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ପୂର୍ତ ଉପ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ଦାଶ, ଟ୍ରଷ୍ଟବୋର୍ଡ ସଦସ୍ୟ ବଳରାମ ସୁଆର, ଧିରେନ କୁମାର ସାହୁ, ରଞ୍ଜନ କୁମାର ପୃଷ୍ଟି, ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *