Tuesday , June 6 2023
Breaking News
Home / ବିଶେଷ / ରାଧାମଧଵ ମଠ କମ୍ୟୁନିଟି  ଗୃହ କାର୍ଯ୍ୟ ର ଶୁଭାରମ୍ଭ

ରାଧାମଧଵ ମଠ କମ୍ୟୁନିଟି  ଗୃହ କାର୍ଯ୍ୟ ର ଶୁଭାରମ୍ଭ

ନିଶ୍ଚିନ୍ତକୋଇଲି ,୧୧/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦନପୁର ଓ କଳମିଶ୍ରିପଞ୍ଚାୟତ ର ଆରାଧ୍ୟ ଦେବତା ରାଧାମଧଵ ଜୀଉଙ୍କ ପୀଠ ସଂଲଗ୍ନ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ କାର୍ଯ୍ୟ ର ଶୁଭାରମ୍ଭ  କରାଯାଇଛି। କଟକ ସଦର ବିଧାୟକ ଚନ୍ଦ୍ରସରଥୀ ବେହେରା ଙ୍କ ଅନୁଦାନରୁ ଏହା ନିର୍ମିତ ହେବାକୁ ଥିବାବେଳେ ଭରଚୁଆଲ ମାଧ୍ୟମରେ ବିଧାୟକ ଶ୍ରୀ ବେହେରା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହାର  ନିର୍ମାଣ ନିମନ୍ତେ ଉଭୟ ପଞ୍ଚାୟତ ର ଜନସାଧାରଣ ଓ ଭକ୍ତବୃନ୍ଦ  ଦାବିକରି ଆସୁଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜନାର୍ଦନପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ତଥା ପ୍ରାକ୍ତନ ସରପଞ୍ଚ ବିଶ୍ୱଭୂଷଣ ନାୟକ,ସମିତିସଭ୍ୟା ବାସନ୍ତୀ ବେହେରା,  ଆଇନଜୀବୀ ପ୍ରଦୀପ୍ତ ଷଢଙ୍ଗୀ,କଳମିଶ୍ରୀପଞ୍ଚାୟତ ବିଜେଡି ସଭାପତି ପ୍ରମୋଦ ନାୟକ,କନିଷ୍ଠଯନ୍ତ୍ରୀ ବିଜୟ କୁମାର ସେଠୀ,କାଳନ୍ଦୀ ସାହୁ,ରମେଶ ବେହେରା,ସନାତନ ବେହେରା,ୱାର୍ଡସଭ୍ୟ ମହେଦ୍ର ସାହୁ,ନିରାକାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।  ରାଧାମାଧଵ ମଠର ମହନ୍ତ ଶ୍ରୀ ବିପ୍ରଚରଣ ଦାସ ଓ ବିକ୍ରମ ଦାସ ପ୍ରମୁଖ ପୀଠରେ ନଡ଼ିଆ ବାଡେଇ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ଏଥିନେଇ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଓଡିଶା ସମାଚାର

Leave a Reply

Your email address will not be published.