Friday , September 22 2023
Breaking News
Home / ବିଶେଷ / ଯୌତୁକ ଜନିତ  ନିର୍ଯ୍ୟାତନାରେ ନବବଧୁର ମୃତୁ୍ୟ ଅଭିଯୋଗ

ଯୌତୁକ ଜନିତ  ନିର୍ଯ୍ୟାତନାରେ ନବବଧୁର ମୃତୁ୍ୟ ଅଭିଯୋଗ

କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)-ଅଧିକ ଯୌତୁକ ଦାବିକରି ନିର୍ଯ୍ୟାତନା ଦେବାରୁ ଜନୈକ ନବ ବଧୁର ମୃତୁ୍ୟ ହୋଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଚଳିତବର୍ଷ ଫେବୃୟାରୀମାସ ୮ତାରିଖରେ ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର (ଗଞ୍ଜାକୁଳ)ଗ୍ରାମର ସୁଦର୍ଶନ ସାମଲଙ୍କ ଝିଅ ହରପ୍ରୀୟା ସାମଲ ଓରଫ ସୀମା ସେହି ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ପୂର୍ଣ୍ଣାନନ୍ଦ ପୃଷ୍ଟିଙ୍କ ପୁଅ ପଦ୍ମନାଭ ପୃଷ୍ଟିଙ୍କୁ ବୈଦିକ ରୀତିନୀତିରେ ଲଛମନଜୀଉଙ୍କ ମନ୍ଦିରରେ ବିବାହ କରିଥିଲେ । ଶଶୁରଘର ଦାବି ଅନୁଯାଇ ନଗଦ ୧୫ହଜାର ଟଙ୍କା ସମେତ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ବିବାହ ପରେ ଜ୍ୱାଇଁ, ଶଶୁର ଓ ଶାଶୁ ଏକ ମୋଟର ସାଇକେଲ ଦାବି କରି ହରପ୍ରୀୟାକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ସବୁବେଳେ ଦେଉଥିଲେ ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି । ଜୁଲାଇ ୨ତାରିଖରେ ଏକ ଫୋନକଲ ପାଇ ସୁଦର୍ଶନ ଝିଅ ଶାଶୁଘରକୁ ଯାଇ ଦେଖନ୍ତି ତ ହରପ୍ରୀୟାର ମୃତୁ୍ୟ ହୋଇଯାଇଛି । ହରପ୍ରୀୟାକୁ ମାଡମାରୀ ଖାଇବାକୁ ନଦେଇ ଏକ ଲୁଗାରେ ତାର ବେକକୁ ବାନ୍ଧି ଟଙ୍ଗାଇ ଦେଇଥିବା ପିତା ସୁଦର୍ଶନ ଅଭିଯୋଗ କରିଛନ୍ତି । କିନ୍ତୁ ସଦର ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ସୁଦର୍ଶନ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *