Tuesday , October 3 2023
Breaking News
Home / ବିଶେଷ / “ଭୀମଟାଙ୍ଗିରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା”

“ଭୀମଟାଙ୍ଗିରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା”

ଭୁବନେଶ୍ୱର,୧୧/୦୭/୨୦୨୧(ଓଡ଼ିଶା ସମାଚାର)- ମହତାବ ରୋଡ଼୍ ରୁ ଭୀମଟାଙ୍ଗି ପ୍ରବେଶ ରାସ୍ତାରେ ନୂତନ ଶ୍ରୀଜଗନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ୨୫ଫୁଟ୍ ର ଏହି ମନ୍ଦିରରେ ଶ୍ରୀଜଗନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି । ୪ଦିନ ହେଲା କୋଭିଡ଼୍ କଟକଣାରେ ଚାଲିଥିବା ଯଜ୍ଞ ଓ ଷୋଡ଼ଶ ଉପଚାରରେ ପୂଜା ଶେଷ ହୋଇ ଧ୍ୱଜ ବନ୍ଧନ ସହ ଠାକୁରଙ୍କ ନବ ଯୌବନ ରୂପ ଦର୍ଶନ ହୋଇଛି । ଟ୍ରଷ୍ଟର ସଭ୍ୟ ମାନସ ରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ସରସ୍ୱତୀ ପଟ୍ଟନାୟକ କର୍ତାକର୍ତି ଭାବେ ରହିବା ସହ ଆଶର୍ଯ୍ୟ ଭାବେ ପଣ୍ଡିତ ବିଶ୍ୱନାଥ ରଥଙ୍କ ଦ୍ୱାରା ପୂଜା ସମ୍ପାଦନ ହୋଇଛି । ସ୍ଥାନୀୟ ଅଂଚଳର ୬୦ଜଣ ସଭ୍ୟ ମାଗିଯାଚି ଓ ଭେଦା କରି ଏହି ମନ୍ଦିରକୁ ନିର୍ମାଣ୍ଣ କରିଛନ୍ତି । ସ୍ଥାନୀୟ ଅଂଚଳରେ ଜଗନ୍ନାଥ ମନ୍ଦିର ନଥିବାରୁ ଏହି ମନ୍ଦିରରେ ଭକ୍ତଙ୍କୁ ବଡ଼ଠାକୁର ଦର୍ଶନ ଦେବାରେ ସହାୟକ ହେବ ବୋଲି ମନ୍ଦିର ଟ୍ରଷ୍ଟର ସଭ୍ୟ ସନତ ମିଶ୍ର ଓ ବୀଣାପାଣି ବୋଇତାଈ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *