Wednesday , October 4 2023
Breaking News
Home / ବିଶେଷ / ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା  ଚିକିତ୍ସାଧିକାରୀ ଡା. ସଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିବାର ନିୟୋଜନ ଦ୍ୱାରା ଏକ ସକ୍ଷମ ରାଷ୍ଟ୍ର ଗଠନ ଉପରେ ଆଲୋଚନା କରାଯାଇଥିଲା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ରଶ୍ମିକାନ୍ତ ପାତ୍ର, ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ କୃଷ୍ଣ ଚନ୍ଦ୍ର ଲୋହା, ଆଶା ପରିଚାଳିକା ଯଶସ୍ୱିନୀ ସାହାଣୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଯୋଜିକା ମିନତୀ ମହାପାତ୍ର, ରୋଗୀକଲ୍ୟାଣ ସମିତି ସହ ପରିଚାଳକ ଶୁଭାଶୀଷ ସାଠୁଆଙ୍କ ସମେତ ଷ୍ଟାଫନର୍ସ,ମହିଳା ସ୍ୱାସ୍ଥ୍ୟକର୍ମୀ, ମହିଳା ଆରୋଗ୍ୟ ସମିତିର ସଦସ୍ୟାମାନେ ଯୋଗଦେଇଥିଲେ । ଏହି ଅବସରରେ ୩ଜଣ ମହିଳାଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *