Monday , March 27 2023
Breaking News
Home / ରାଜନୀତି / ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା,୧୧/୦୭/୨୦୨୧(ଓଡ଼ିଶା ସମାଚାର)- ୭୨ତମ ବନମହୋତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବ ଜନତା ଦଳ ଆନୁକୁଲ୍ୟରେ ସଲାର ନିକଟସ୍ଥ କେଶପୁର ଗ୍ରାମରେ ଓ ଚାନ୍ଦୋଳ ସ୍ଥିତ ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯୁବ ବିଜେପି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ମୁଖ୍ୟ ଅତିଥର ଭାବେ ଯୋଗଦେଇଥିବା ବେଳେ ବିଜୁ ଯୁବ ଜନତା ଦଳର ଆଲୋକ ମହାନ୍ତି, ଲେନିନ ସ୍ୱାଇଁ, ଓମ ପ୍ରକାଶ ମହାନ୍ତି, ମଧୁସୁଦନ ପାଢୀ, ଅମ୍ବିକା ପ୍ରସାଦ ରଥ, ରମେଶ ଚନ୍ଦ୍ର ପଣ୍ଡା, ପାର୍ଥ ପଣ୍ଡା, ସୁନିଲ ମହାପାତ୍ର, ମହେଶ ପାଢୀ, ସର୍ବେଶ୍ୱର ବେହେରା, ପ୍ରଫୁଲ୍ଲ ସାହୁ, ଛାତ୍ରନେତା ପରେଶ ମଳିକ,ରଜତ ଦାସ, ଶିବ ପ୍ରସାଦ ପାଣି ପ୍ରମୁଖ କର୍ମକର୍ତା ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଆଗାମୀ ଦିନରେ ଏଭଳି ଚାରା ରୋପଣ କାର୍ଯ୍ୟକ୍ରମ ଯାରି ରହିବ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଦାସ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.