Tuesday , December 7 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଘୋଷଯାତ୍ରା ଅବସର ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ବାଲୁକା ଆନିମେସନ

ଘୋଷଯାତ୍ରା ଅବସର ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ବାଲୁକା ଆନିମେସନ

ପୁରୀ,୧୧/୦୭/୨୦୨୧(ଓଡ଼ିଶା ସମାଚାର)- ଜଗତ ର ନାଥ ଜଗନ୍ନାଥ ଙ୍କ ଘୋଷଯାତ୍ରା ଅବସର ରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ।

ସେ ତାଙ୍କ ବାଲୁକା ଆନିମେସନ ରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଚିତ୍ରଣ କରିବା ସହିତ ବିଶ୍ୱ ପ୍ରସିଦ୍ଧ ରଥ ମାନ ଙ୍କ ର ଚିତ୍ରଣ କରିଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ରଥଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବା ପାଇଁ ମାନସ ସାହୁ ଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା  । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *