Saturday , March 25 2023
Breaking News
Home / ତାଜା ଖବର / ଗୋଷ୍ଠୀ ସଂଘର୍ଷ ରେ ୨ ମୃତ- ୭ ଆହତ – ୨ ଅଟକ

ଗୋଷ୍ଠୀ ସଂଘର୍ଷ ରେ ୨ ମୃତ- ୭ ଆହତ – ୨ ଅଟକ

କୋରାପୁଟ, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ହତୀମୁଣ୍ଡା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଶନିବାର ରାତି ରେ କୌଣସି କାରଣରୁ ଗାଁର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ମୃତ୍ୟୁ ବରଣ କରିଥିବା ୨ ଜଣ ହେଉଛନ୍ତି ଧନପତି ଜାନୀ ଏବଂ ସହଦେଵ ଜାନୀ । ଆହତମାନେ ହେଉଛନ୍ତି ସେନାପତି ଜାନୀ ,ଧନେଶ୍ଵର ଜାନୀ.ଦିବା ପରଜା, ରାଜୁ ଜାନୀ, ମନୋହର ଜାନୀ, ଅଙ୍ଗରା ଜାନୀ ଏବଂ ଛେଣ୍ଡିଆ ଜାନୀ । ସେନାପତି ଓ ଧନେଶ୍ଵର ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ହତ୍ୟାକାଣ୍ଡ ପରେ ହାତୀ ମୁଣ୍ଡା ଗାଁର ଆଦିବାସୀ ସାହି ଏକ ପ୍ରକାର ଜନ ଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଦଶମନ୍ତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋରାପୁଟ ଡି ଏସ୍ ପି ନିରଞ୍ଜନ ବେହେରା ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଜମି ଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ହୋଇଥିବା କୁହାଯାଇଛି।ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.