କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଚର୍ତୁପାଶ୍ୱର୍ ୫ଶହ ମିଟର ବ୍ୟବଧାନ ପର୍ଯ୍ୟନ୍ତ, ରଥଦାଣ୍ଡ ପରିସର ଓ ମାଉସୀମା ମନ୍ଦିର ନିକଟସ୍ଥ ଅଂଚଳରେ ରବିବାର ରାତି ୯ଟା ଠାରୁ ସୋମବାର ରାତି ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନିରଞ୍ଜନ ବେହେରା ୧୪୪ ଧାରା ଜାରିକରିବା ସହିତ ଶ୍ରୀଜୀଉଙ୍କ ସେବାୟତଙ୍କ ବ୍ୟତିତ ସାଧାରଣ ଜନତାଙ୍କ ପାଇଁ ଏହା ଲାଗୁ ହେବ ବୋଲି ନିର୍ଦେଶରେ କୁହାଯାଇଛି । ଓଡ଼ିଶା ସମାଚାର