Saturday , March 25 2023
Breaking News
Home / ବିଶେଷ / କେନ୍ଦ୍ରାପଡା ବିଧାୟକଙ୍କ ପୌରାଂଚଳରେ ମାରାଥନ ଉଦଘାଟନ

କେନ୍ଦ୍ରାପଡା ବିଧାୟକଙ୍କ ପୌରାଂଚଳରେ ମାରାଥନ ଉଦଘାଟନ

କେନ୍ଦ୍ରାପଡ଼ା, ୧୧/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା ରବିବାର କେନ୍ଦ୍ରାପଡା ପୈାରାଂଚଳର ବିଭିନ୍ନ ୱାର୍ଡରେ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ କରିଛନ୍ତି । ପୈାରାଂଚଳ ଅନ୍ତର୍ଗତ ୨, ୫, ୮, ୧୧ ଓ ୨୧ନମ୍ବର ୱାର୍ଡରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ପାଇଁ ନବ ନିର୍ମିତ ୪ଟି ମିଶନଶକ୍ତି ଗୃହ ଓ ଗୋଟିଏ ପରିଚୟ ଗୃହ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ମହେନ୍ଦ୍ର ମିଶ୍ର, ରୋସ୍ନା ସାହୁ, ଦେବଦାସ ମହାନ୍ତି, ସଞ୍ଜୟ କୁମାର ଜେନା, ରଞ୍ଜିତ ସାହୁ, ରଞ୍ଜନ କର, ବିଜୟ ପତି, ଲୋପାମୁଦ୍ରା ବାରିକ, ପଦ୍ମିନି ସୁତାର,  ମମତା ଥାପା ଓ କେନ୍ଦ୍ରାପଡା ପୈାରସଂସ୍ଥାର ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ମିଶନଶକ୍ତି ଗୃହ ଗୁଡିକରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ସେମାନଙ୍କର ବୈଠକ ବସିବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରିପାରିବେ । ବସ୍ତି ଅଂଚଳରେ ଥିବା ଏହି ଗୃହ ଗୁଡିକରେ ଛୋଟ ଛୋଟ ପିଲାମାନେ ବସି ପାଠ ମଧ୍ୟ ପଢିପାରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published.