Wednesday , October 4 2023
Breaking News
Home / ବିଶେଷ / ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ- ଭିଜିଲାନ୍ସ କୁ ଗଲେ ପ୍ରକାଶ ଆର୍

ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ- ଭିଜିଲାନ୍ସ କୁ ଗଲେ ପ୍ରକାଶ ଆର୍

ପାରାଦୀପ ୧୧/୦୭/୨୦୨୧(ଓଡ଼ିଶା ସମାଚାର)-ଓଡିଶା ରାଜ୍ୟ ଏସଓଜି କମାଣ୍ଡାଂଟ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇପିଏସ୍ ଅଫିସର ଅଖିଳେଶ୍ୱର ସିଂ କୁ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଭାବେ ନିଯୁକ୍ତି ଦିଆଯାଇଛି । ଏ ସଂପର୍କ ରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଘୋଷଣା କାରାଯାଇଛି । ୨୦୦୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂ ପୂର୍ବ ରୁ ସମ୍ବଲପୁର ଓ ପୁରୀ ଏସପି ଭାବେ କାମ କରିବା ସହ କଟକ ଡିସିପି ଭାବେ କାର୍ଯ୍ୟ କରିଛନ୍ତି । ଜିଲ୍ଲା ରେ ବୃଦ୍ଧି ପାଉଥିବା ବ୍ରାଉନସୁଗାର ଚୋରା ବେପାର ସମେତ ତେଲ, କୋଇଲା, ଲୁହା ଆଦି ଚୋରା ବେପାର ରୋକିବା ସହ ପାରାଦୀପ ଭଳି ବନ୍ଦର ଓ ଶିଳ୍ପ ସହର ରେ ଶୃଙ୍ଖଳିତ ଶିଳ୍ପାୟନ କରିବା ଆଦି ଶ୍ରୀ ସିଂ ଙ୍କ ପାଇଁ ଚ୍ୟାଲେଂଜ ହେବ ବୋଲି କୁହାଯାଇଛି । ପ୍ରକାଶଥାଉକି, ପୁରୀ ଏସପି ଭାବେ କାମ କରୁଥିବା ବେଳେ ହାଜତ ମୃତ୍ୟୁ ବିବାଦ ପରେ ରାଜ୍ୟ ସରକାର ତାଙ୍କୁ ଏସଓଜି କମାଣ୍ଡା ଭାବେ ବଦଳି କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *