Thursday , September 28 2023
Home / ବିଶେଷ / ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ କାଲି

ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ କାଲି

ସମ୍ବଲପୁର ୧୦/୦୭/୨୦୨୧ (ଓଡିଶା ସମାଚାର)- ଆସନ୍ତା କାଲି୧୧ ତାରିଖ (ରବିବାର) ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ଛଡ଼ାଯିବ। ରବିବାର ସକାଳ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ବନ୍ଧର ଗେଟ୍ ଖୋଲାଯିବ। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଥିବା ହୀରାକୁଦ ହେଡ୍ ୱାର୍କସ ଓ ଅତିରିକ୍ତ ସ୍ପିଲ୍ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଜାରି କରିଛନ୍ତି। ଗେଟ୍ ଖୋଲିବା ପୂର୍ବରୁ ପାରମ୍ପରିକ ରିତି ନୀତିରେ ପୂଜା କରାଯାଇ ନିୟମ ମୁତାବକ ହୀରାକୁଦ ବନ୍ଧ ପକ୍ଷରୁ ବଜା ଯାଉଥିବା ସାଇରନ୍ ବଜାଯିବ। ଏହି ସମୟରେ ମହାନଦୀ ତଳ ମୁଣ୍ଡରେ ନଦୀକୁ ପ୍ରବେଶ ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *