କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବିପ୍ଳବୀ ଜେନାଙ୍କ ୧୩୬ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ କୋଭିଡ କଟକଣା ପାଳନ ପୂର୍ବକ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈ÷ଠକରେ କରୋନା ମହାମାରୀର ପ୍ରକୋପ ସାମାନ୍ୟ କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ନିର୍ବାପିତ ହୋଇନଥିବାରୁ କୋଭିଡ ନିୟମ ଅନୁପାଳନ ପୂର୍ବକ ଆସନ୍ତା ୧୭ ତାରିଖ ସକାଳ ୯ଟା ସମୟରେ ଅନନ୍ଦ ମାର୍ଗ ସ୍ଥିତ ବିପ୍ଳବୀଙ୍କ ପ୍ରତିମୁର୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଉପ ସଭାପତି ଧିରେନ୍ଦ୍ର ଦାସ, ସଂଗଠନ ସମ୍ପାଦକ ହାଡିବନ୍ଧୁ ସିଂ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସୁହାନ ପରୱିିନ, ନିରଞ୍ଜନ ବଳ, ଅରୁଣ ଦାସ, ସେଖ ୟୁସୁଫ, ଅବିନାଶ ପଣ୍ଡା, ପରୱାନା ବେଗମ, ଶେଷଦେବ ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ,ସତ୍ୟପ୍ରିୟ ଦାସ, ସେକ ସୈାକତ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର