Sunday , November 28 2021
Breaking News
Home / ବିଶେଷ / ବାଲିଗୁଡା : ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ: ଦୁଇ ମୃତ

ବାଲିଗୁଡା : ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ: ଦୁଇ ମୃତ

ବାଲିଗୁଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାଦିନାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଦୁଇଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇଜଣ କୁଟିକିଆ ଅଞ୍ଚଳର ସୁନିଲ ଦିଗାଲ ଓ ସୁମନ୍ତ ପାତ୍ର ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଜଣ ଯୁବକ ବାଲିଗୁଡ଼ାରୁ କୁଟିକିଆ ଯାଉଥିବା ସମୟରେ ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଶନିବାର  ସକାଳୁ ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ବାଲିଗୁଡ଼ା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଅବ୍ୟାହତ ରଖିଥିବା ବିଷୟ  ଜଣାପଡିଛି  । ଓଡ଼ିଶା ସମାଚାର

About admin

Check Also

ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ପରଂବ୍ରହ୍ମଙ୍କ ପାଖରେ ପରମପିତାଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରି ଭକ୍ତମାନେ ସବୁକିଛି ସମର୍ପଣ କରିଦିଅନ୍ତି । ତନ, ମନ ଓ …

Leave a Reply

Your email address will not be published. Required fields are marked *