Tuesday , October 3 2023
Breaking News
Home / ବିଶେଷ / ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ବନମହୋତ୍ସବ ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ କପାଳେଶ୍ୱରସ୍ଥିତ ଶିକ୍ଷକ ଭବନ ପରିସର,କୋରୋ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ,  ପୁରୁଷୋତମପୁର  ପଂଚାୟତ ହାଇସ୍କୁଲ ଓ କେନ୍ଦ୍ରାପଡା ଫ୍ରେଜର ବାଳିକା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ବିଶିଷ୍ଟ ପରିବେଶବିତ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟ୍ରଷ୍ଟର କର୍ମକର୍ତା ଶିକ୍ଷାବିତ ହେମନ୍ତ ଜେନା, ପ୍ରଣବ କୁମାର ଜେନା, ବିଚିତ୍ର ବାରିକ, ଶୁଭେନ୍ଦୁ ରାଉତରାୟ, ବିଜୟ କୁମାର ଜେନା, ଶିକ୍ଷକ ପ୍ରେମାନନ୍ଦ ଜେନା, ଶିକ୍ଷୟତୀ ସରଳା ମିଶ୍ର,   ରମେଶ ଚନ୍ଦ୍ର ସାହୁ, ଶିକ୍ଷକନେତା ମାନଭଞ୍ଜନ ପ୍ରଧାନ, ରାଧାମୋହନ ଦାଶ, ରଞ୍ଜନ କୁମାର ପ୍ରଧାନ, ପ୍ରଭାତ କୁମାର ନାୟକ, ରଞ୍ଜନ କୁମାର ମଲ୍ଲିକ, ବିଭୁତିଭୁଷଣ ଜେନା,ଗଣେଶ ଚନ୍ଦ୍ର ରାଉତ, ହିମାଂଶୁ ପଣ୍ଡା, ଗୀତାଞ୍ଜଳି ରାଉତ, ଅପର୍ତୀ ଚରଣ ସେଠୀ, ସୁପ୍ରିୟା ସାହୁ, ଯୋଭନ ଆରା, ସିପ୍ରା ତ୍ରିପାଠୀ,ମୀର ୟୁସୁଫ ଏକବା ପ୍ରମୁଖ ଯୋଗଦେଇ ଓଲଟ ଦେବଦାରୁ, ଲିମ୍ବ, କୃଷ୍ଣଚୁଡା,ରାଧାଚୁଡା, ଆମ୍ବ ପ୍ରଭୁତି ବୃକ୍ଷର ଚାରା ରୋପଣ କରିଥିଲେ । ବନ ମହୋତ୍ସବ ପାଳନ ଅବସରରେ ଟ୍ରଷ୍ଟ ପକ୍ଷରୁ ୩ଶହୁ ଉଦ୍ଧ୍ୱର୍  ବୃକ୍ଷର ଚାରା ରୋପଣ କରାଯାଇଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *