Wednesday , December 8 2021
Home / ବିଶେଷ / ନେଟୱାର୍କ ଫେଲ୍ ଯୋଗୁଁ ପାରାଦୀପ ବନ୍ଦର ୩ ନମ୍ବର ଗେଟ୍ ରେ ଟ୍ରକ ପ୍ରବେଶ ଓ ପ୍ରସ୍ଥାନରେ ବିଭ୍ରାଟ

ନେଟୱାର୍କ ଫେଲ୍ ଯୋଗୁଁ ପାରାଦୀପ ବନ୍ଦର ୩ ନମ୍ବର ଗେଟ୍ ରେ ଟ୍ରକ ପ୍ରବେଶ ଓ ପ୍ରସ୍ଥାନରେ ବିଭ୍ରାଟ

ପାରାଦୀପ ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ଡିଜିଟାଲ ଇଣ୍ଡିଆ ପରିପ୍ରେକ୍ଷୀରେ ସମସ୍ତ ଶିଳ୍ପ, ବ୍ୟବସାୟ ଓ ସରକାରୀ ସଂସ୍ଥାରେ ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି । ଏହି ବ୍ୟବସ୍ଥାରେ ଯେତିକି ସୁଫଳ ମିଳୁଛି ନେଟୱାର୍କ ଫେଲ୍ ହେଲେ ବିଭିନ୍ନ ସଂସ୍ଥା ମାନଙ୍କରେ ଅଚଳାବସ୍ଥା ସୃଷ୍ଟି ହେବା ସହିତ ବ୍ୟାପକ ବ୍ୟବସାୟିକ କ୍ଷତି ହେଉଥିବାର ଦେଖିବାକୁ ମିଳୁଛି । ସେହିପରି ପାରାଦୀପ ବନ୍ଦର ୩ ନମ୍ବର ଫାଟକରେ ପଣ୍ୟ ପାଇଁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଡିଜିଟାଲ୍ ବ୍ୟବସ୍ଥା ନେଟ୍ ଫେଲ ଯୋଗୁଁ ସଂଖ୍ୟାଧିକ ଟ୍ରକ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଅଟକି ରହିଥିଲା । ସଂପ୍ରତି କରୋନା ମହାମାରୀ ସମୟରେ ଟ୍ରକ ମାଲିକ ମାନେ ବ୍ୟବସାୟରେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଶୁକ୍ରବାର ଦିନ ବନ୍ଦର ୩ ନମ୍ବର ଫାଟକ ନିକଟରେ ଦୀର୍ଘ ଘଂଟା ଧରି ଟ୍ରକ୍ ଗୁଡିକ ଅଟକି ରହିଥିବା ଫଳରେ କୋଢି ଉପରେ କୋରଡା ମାଡ ସଦୃଶ୍ୟ ହୋଇଛି । ଏତଦ୍ ବ୍ୟତିତ ଗାଡିର ଡ୍ରାଇଭର ଓ ହେଲପର୍ ଖାଇବା ପାଇଁ ହନ୍ତସନ୍ତ ହେଉଥିବାର ଦେଖାଯାଇଥିଲା । ତେବେ ଏପରି ବାରମ୍ବାର ଘଟୁଥିବାରୁ ନେଟୱାର୍କ ଫେଲ୍ ହେଲେ ମାନୁଆଲ୍ ଭାବେ ଏହି ଗାଡିର ବନ୍ଦର ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ବ୍ୟବସ୍ଥା କରିବାକୁ ଗାଡି ମାଲିକ ମାନେ ବନ୍ଦର ପ୍ରଶାସନକୁ ଅନୁରୋଧ କରିଥିବା ଜଣାଯାଏ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *