Monday , September 25 2023
Breaking News
Home / ବିଶେଷ / ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଂଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ଓ ଅପପୃଷ୍ଟିକୁ ଦୂର କରି ପିଲାଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନାର ଆରମ୍ଭ ହୋଇଥିଲା । ସେହି ଯୋଜନାକୁ ସଫଳ କରିବା ପାଇଁ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନରେ ପିଲାମାନଙ୍କୁ ରୋଷେଇ କରି ଖାଇବାକୁ ଦେବା ପାଇଁ ପାଚିକା ଓ ସହାୟିକା ଭାଇଭଉଣୀମାନେ ନିଯୁକ୍ତ ହୋଇଥିଲେ । ସେମାନେ ବିଦ୍ୟାଳୟର ପିଲାମାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲେବି ସେମାନଙ୍କ ପାଇଁ ସେଠାରେ ଖାଇବାର ବ୍ୟବସ୍ଥା ନାହିଁ । ପିଲାଙ୍କ ବାସନ ଓ ରୋଷେଇ ହାଣ୍ଡି,ଡେକିଚି ମଜାମଜି କରିବାରେ ସେମାନଙ୍କୁ ସମୟ ମିଳେନାହିଁ । ଏହା ବ୍ୟତିତ ବିଦ୍ୟାଳୟକୁ ସଫା କରିବା ଠାରୁ ଯାବତୀୟ କାର୍ଯ୍ୟ ମଧ୍ୟ ସେମାନଙ୍କୁ ବରାଦ ହୋଇଥାଏ । ମାସିକ ମାତ୍ର ୧୪ଶହ ଟଙ୍କା ମିଳେ ଯାହାକି ବର୍ତମାନର ଅଭାବି ସମୟରେ ସେମାନଙ୍କୁ ନିଅଁଟ ହୋଇଥାଏ । ବର୍ଷକୁ ୧୨ମାସ ମଧ୍ୟରେ ୧୦ମାସ ପାଇଁ କାମ ମିଳିଥାଏ । ଏହା ଭିତରେ କରୋନା ମହାମାରୀ ଆସିବା ପରେ ବହୁ ସମସ୍ୟା ଦେଇ ପାଚିକା ଓ ସହାୟିକାମାନେ ଜୀବନ ନିର୍ବାହ କରୁଛନ୍ତି । ସଂଘ ପକ୍ଷରୁ କରୋନା ମହାମାରୀ ସମୟରେ ପାଚିକା ଓ ସହାୟିକାମାନଙ୍କୁ ସହାୟତା ପ୍ରଦାନ କରାଯିବା, ମିଶ୍ରଣ ହୋଇଥିବା ବିଦ୍ୟାଳୟର ପାଚିକା ଓ ସହାୟିକାଙ୍କୁ ବାହାର କରାନଯିବା, ଦରଦାମ ବୃଦ୍ଧି ହେତୁ ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା, ବର୍ଷକୁ ୧୦ମାସ ପରିବର୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ, ୨୦୦୯ମସିହା ଡିସେମ୍ବର ଠାରୁ ୨୦୧୨ମସିହା ମାର୍ଚ୍ଚମାସ ପର୍ଯ୍ୟନ୍ତ କଟାଯାଇଥିବା ୨୮ମାସର ପାରିଶ୍ରମିକ  ତୁରନ୍ତ ପ୍ରଦାନ କରାଯିବା, ୬୦ବର୍ଷର ପାଚିକାଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ,ପ୍ରତିବର୍ଷ ୨ଖଣ୍ଡ ଶାଢୀ ପ୍ରଦାନ କରାଯିବା ଓ ନିକଟ ବିଦ୍ୟାଳୟରେ ମିଶ୍ରଣ ହୋଇଥିବା ବିଦ୍ୟାଳୟରେ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ମତେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ କରାଯିବା ସହ ପାଚିକା ଓ ସହାୟିକାମାନଙ୍କୁ କାମ କରିବାର ସୁଯୋଗ ଦେବାକୁ ଦାବି କରାଯାଇଛି । ଜିଲ୍ଲା ସଂଘର ସଭାପତି ସୁହାନା ବେଗମ, କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ଦମୟନ୍ତୀ ସାମଲ, ଜିଲ୍ଲା ସମ୍ପାଦକ ସୈାଭାଗିନୀ ପତି, ଜିଲ୍ଲା ସହସମ୍ପାଦକ ଝରଣା ରାଉତ ଓ ଝରଣା ବେହେରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *