Wednesday , December 8 2021
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ ବୈଠକର ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସାଥି ରମେଶ ମଲ୍ଲଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ନିରବ ପ୍ରର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସମ୍ପାଦକ ଆଇନଜୀବି ରମଣୀ ରଞ୍ଜନ ରାଉତରାୟ ବିଗତ ଦିନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ବର୍ତମାନ କରୋନା ମହାମାରୀରେ କେନ୍ଦ୍ରାପଡା ଜିଲ୍ଲାରେ ଲୋକମାନେ ଯେଉଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଶ୍ରମିକ ନେତା ବାବାଜୀ ଧଳ, ମୁକ୍ତାର ଖାଁ, ଗୟାଧର ଧଳ, ଆଦିକନ୍ଦ ରାଉଳ, ସୁବାସିନୀ ଭଦ୍ର, ପ୍ରଫୂଲ୍ଲ ଦାସ, ଫକୀର ଚରଣ ଖଟୁଆ, ସୁହାନା ବେଗମ ପ୍ରମୁଖ  ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କେନ୍ଦ୍ରାପଡାରେ ସରକାର ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ଗ୍ରହଣ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *