Sunday , March 26 2023
Breaking News
Home / ଶିକ୍ଷା / କମ୍ପୁ୍ୟଟର ଶିକ୍ଷକଙ୍କୁ ତୁରନ୍ତ ପୁନଃନିଯୁକ୍ତି ପାଇଁ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଗଣଶିକ୍ଷାସଚିବଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କମ୍ପୁ୍ୟଟର ଶିକ୍ଷକଙ୍କୁ ତୁରନ୍ତ ପୁନଃନିଯୁକ୍ତି ପାଇଁ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଗଣଶିକ୍ଷାସଚିବଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- କମ୍ପୁ୍ୟଟର ଶିକ୍ଷକମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଗଣଶିକ୍ଷା ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷାବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ୨୦୩ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୩ଜଣ କମ୍ପୁ୍ୟଟର ଶିକ୍ଷକଙ୍କ ସମେତ ରାଜ୍ୟର ୩୦ଟି ଜିଲ୍ଲାରେ ୪ହଜାର କମ୍ପୁ୍ୟଟର ଶିକ୍ଷକ ଛଟେଇ ହୋଇ ବସିଛନ୍ତି । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ  ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କମ୍ପୁ୍ୟଟର ଶିକ୍ଷାରୁ ସଂପୂର୍ଣ୍ଣ ବଂଚିତ ହେଉଛନ୍ତି ।  ଉଚ୍ଚଶିକ୍ଷିତ  କମ୍ପୁ୍ୟଟର ଶିକ୍ଷକମାନେ ଛଟେଇ ହୋଇ ଘରେ ବସିଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇଯାଇଥିବା ଅଭିଯୋଗ ହୋଇଛି । ୮ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ କମ୍ପୁ୍ୟଟର ଲାବ ଗୁଡିକ ଅଚଳ ହୋଇପଡି ନଷ୍ଟ ହେବାରେ ଲାଗିଛି । ଫଳରେ ଶିକ୍ଷା ବ୍ୟବସ୍ଥାର ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତମାନର ବ୍ୟବସ୍ଥା ଅନୁଯାଇ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଠପଢାରୁ ଆରମ୍ଭ କରି ନାମଲେଖା, ମେଧାବୃତି ପରୀକ୍ଷା, ଏନରୋଲମେଂଟ, ମାଟ୍ରିକ ପରୀକ୍ଷା ଫର୍ମ ପୁରଣ,ମୋ ସ୍କୁଲ ଅଭିଯାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିମନ୍ତେ କମ୍ପୁ୍ୟଟରର ଆବଶ୍ୟକତା ରହିଛି । ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସଂଘର ଆବେଦନକୁ ୩ମାସ ମଧ୍ୟରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏଣୁ ସମସ୍ତ ଛଟେଇ କମ୍ପୁ୍ୟଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ସହିତ ଉଚ୍ଚତମ ନ୍ୟାୟାଳୟର ନିର୍ଦେଶକୁ କାର୍ଯ୍ୟକାରୀ କରି ଏକମାସ ମଧ୍ୟରେ କମ୍ପୁ୍ୟଟର ଲ୍ୟାବ ଗୁଡିକୁ କମ୍ପୁ୍ୟଟର ଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇ ଗୁଣାତ୍ମକ ଶିକ୍ଷାର ମାନକୁ ବୃଦ୍ଧି କରିବା, ବେସରକାରୀ ବିଦ୍ୟାଳୟରେ କମ୍ପୁ୍ୟଟର ଶିକ୍ଷା ବାଧ୍ୟତା ମୁଳକ ଥିବାରୁ ପିଲାମାନେ ବେସରକାରୀ ବିଦ୍ୟାଳୟ ମୁହାଁ ହେଉଥିବାରୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ପାଇଁ କମ୍ପୁ୍ୟଟର ଶିକ୍ଷାକୁ ବାଧ୍ୟତା ମୁଳକ କରାଯିବା, ଇ- ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରି କରାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘ ପକ୍ଷରୁ ଜିଲ୍ଲା ସଭାପତି ରଞ୍ଜିତ କୁମାର ବାରିକ, ସମ୍ପାଦକ ବୈଜୟନ୍ତୀ ବରାଳ, କାର୍ଯ୍ୟକାରୀ ସଭାପତି ଦିପ୍ତିମୟୀ ମିଶ୍ର, ସୁଚିତ୍ରା ନନ୍ଦୀ, ଅବିନାଶ ଖାନା, ସଶ୍ମିତା ସାହୁ ପ୍ରମୁଖ ଡେପୁଟୀ କଲେକ୍ଟରଙ୍କୁ ଗଣଶିକ୍ଷା ସଚିବ ଓ ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରକଳ୍ପ ନିର୍ଦେଶକଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.