Saturday , March 25 2023
Breaking News
Home / ବିଶେଷ / ଆଇନ୍ ମହାବିଦ୍ୟାଳୟରେ ଭାଗବତ ପ୍ରସାଦ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଆଇନ୍ ମହାବିଦ୍ୟାଳୟରେ ଭାଗବତ ପ୍ରସାଦ ମହାନ୍ତିଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ୧୦/୦୭/୨୦୨୧(ଓଡ଼ିଶା ସମାଚାର)- ସମାଜବାଦୀ ଚିନ୍ତାଧାରାର ସତ୍ୟନିଷ୍ଠ ପ୍ରବକ୍ତା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ପ୍ରତୀକ ଓ ବିଶିଷ୍ଠ ଆଇନଜୀବୀ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୪ତମ ଜୟନ୍ତୀ ଉତ୍ସବ କୋଭିଡ-୧୯ କଟକଣା ମଧ୍ୟରେ ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ. ନରହରି ଲେଙ୍କାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ‘ଲଙ୍ଗଳ ଯାହାର ଜମି ତାହାର’ ଆହ୍ୱାନ ଦେଇ ସେ ଗରିବ କୃଷକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଜମିଦାରମାନଙ୍କର ନିର୍ଯ୍ୟାତନାର ଶିକାର ହୋଇଥିଲେ । ପରବର୍ତୀ ସମୟରେ ଓଡିଶା ଭାଗଚାଷ ଆଇନ୍ ପ୍ରଣୟନର ମୁଖ୍ୟ ପୁରୋଧା ହୋଇ ଗରିବ ଭାଗଚାଷୀମାନଙ୍କ ଅଧିକାର ସାବ୍ୟସ୍ତ୍ୟ କରାଇବାରେ ଯେଉଁ ସଫଳତା ହାସଲ କରିଥିଲେ ତାହା ଚିର ସ୍ମରଣୀୟ ହୋଇ ରହିବ । ମହାବିଦ୍ୟାଳୟର ଅଧ୍ୟାପକ ଶରତ ଚନ୍ଦ୍ର ସାହୁ, ଡଃ. ଚିରଞ୍ଜିବୀ ପଣ୍ଡା, ତିମିିରକାନ୍ତ ପରିଜା, ରାଜକିଶୋର ମହାନ୍ତି, ବରିଷ୍ଠ କର୍ମଚାରୀ କୃପାସିନ୍ଧୁ ସାହୁ ଓ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅବନୀ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶାରଦା ପ୍ରସାଦ ମହାନ୍ତି, ରମେଶ ଚନ୍ଦ୍ର ପଲାଇ, ଅଭୟ କୁମାର ମହାନ୍ତି, ଇବ୍ରାର୍ ଖାଁ, ରମେଶ କୁମାର ସ୍ୱାଇଁ, ବଳରାମ ଦାସ, କେଶବ ଗୋଚ୍ଛାୟତ, ରାମ ବାହାଦୁର୍, ବିଶୋକ ମହାନ୍ତି, ଆପସନା ବେଗମ୍ ଓ ବାସନ୍ତି ରଣା ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଦୁହୁରିଆସ୍ଥ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମିଷ୍ଠାନ୍ନ ବଂଟନ ଓ କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।ଓଡ଼ିଶା ସମାଚାର

Leave a Reply

Your email address will not be published.